Advertisement
Article Detail0/zeeodisha/odisha717515

ଆସନ୍ତାକାଲିଠୁ ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟ ସଟଡାଉନ

ଆସନ୍ତାକାଲି ଠାରୁ ଜୁଲାଇ ୩୧ ଯାଏ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ ଆରମ୍ଭ ହେବ

ଆସନ୍ତାକାଲିଠୁ ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟ ସଟଡାଉନ

ସମ୍ବଲପୁର: ଆଜି ସରୁଛି ସମ୍ବଲପୁର ଜିଲ୍ଲାରେ ୧୦ ଦିନିଆ ସଟଡାଉନର ପ୍ରଥମ ପର୍ଯ୍ୟାୟ । ଆସନ୍ତାକାଲି ଠାରୁ ଜୁଲାଇ ୩୧ ଯାଏ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ଆସନ୍ତାକାଲି ଅତ୍ୟାବଶ ସାମଗ୍ରୀ ଦୋକାନ ଖୋଲିବ । 

ତେବେ ଅତ୍ୟାବଶ୍ୟକ ସାମଗ୍ରୀ କହିଲେ ପରିବା, ଦୁଗ୍ଧ, ତେଜରାତି ଦୋକାନ ଖୋଲିବ । ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରି ମାସ୍କ ପିନ୍ଧି ଦୋକାନୀମାନେ ନିୟମ ମାନିବେ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ହେଲେ ଏସବୁ ଦୋକାନ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୬ରୁ ଦିନ ୧ଟା ଯାଏ ଖୋଲିପାରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ।

Add Zee News as a Preferred Source
About the Author