ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍
Trending Photos
)
ଚନ୍ଦନ ପାଇକରାୟ, ଭୁବନେଶ୍ୱର: ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ସଭାପତି ହେବାର ୫ ମାସ ପରେ ନିଜ ନୂଆ ଟିମ୍ ଗଠନ କରିଛନ୍ତି । ନୂଆ ଟିମରେ ୩୦୯ ଜଣଙ୍କୁ ସ୍ଥାନ ମିଳିଛି । ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୯ ଜଣ ସମ୍ପାଦକ, ୧୦ ମୁଖପାତ୍ର ପ୍ରମୁଖ ଏହି ନୂଆ ଟିମରେ ରହିଛନ୍ତି । ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜେପି ସଭାପତି ଟିମର ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି ।
ତେବେ ଏହି ଟିମରେ ଯୁବସଭାପତି ବଦଳିଥିବା ଦେଖିବାକୁ ମିଳିଛି । ଟଙ୍କଧରଙ୍କ ସ୍ଥାନ ନେଲେ ଇରାଶିଷ ଆଚାର୍ଯ୍ୟ । କୃଷକ ମୋର୍ଚା ସଭାପତି ହେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ। ଏସଟି ସେଲ ମୋର୍ଚା ସଭାପତି ଭାବେ ସାଂସଦ ବିଶ୍ୱେଶ୍ୱରୀ ଟୁଡୁଙ୍କୁ ଦାୟିତ୍ୱ ମିଳିଛି । ଏସସି ମୋର୍ଚ୍ଚା ସଭାପତି ଭାବେ ବିଭୁ ପ୍ରସାଦ ତରାଇ, ସଂଖ୍ୟଲଘୁ ମୋର୍ଚ୍ଚ ସଭାପତି ଭାବେ ସିକନ୍ଦର ଅଲ୍ଲୀଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ମହିଳା ମୋର୍ଚ୍ଚର ସଭାପତି ହୋଇଛନ୍ତି ସ୍ମୃତି ପଟ୍ଟନାୟକ ।
୧୦ ଜଣ ଉପସଭାପତି
ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ଳଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା ଓ ଅନିତା ଶୁଭଦର୍ଶିନୀ ।
୫ ଜଣ ସାଧାରଣ ସମ୍ପାଦକ
ରବି ନାୟକ, ପୃଥ୍ୟୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମାନସ କୁମାର ମହାନ୍ତି(ସଙ୍ଗାଠକ) ।
୧୦ ମୁଖପାତ୍ର
ସୁଦୀପ୍ତ ରାୟ, ପିତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ ସେନାପତି, ସୋନାଲୀ ସାହୁ, ଠାକୁର ରଣଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକ ।