'ଶ୍ରୀମନ୍ଦିର ଭିତରେ ରଥଯାତ୍ରାର ବିଧି ହେବାର ନଜିର ନାହିଁ'
Advertisement

'ଶ୍ରୀମନ୍ଦିର ଭିତରେ ରଥଯାତ୍ରାର ବିଧି ହେବାର ନଜିର ନାହିଁ'

ଗଜପତି ମହାରାଜ ସରକାରଙ୍କ ଅବେହେଳା ବୋଲି ସ୍ପଷ୍ଟ କରିବା ପରେ ସେବାୟତଙ୍କ ପକ୍ଷରୁ ଦେଖାଦେଇଛି ଅସନ୍ତୋଷ  ।

'ଶ୍ରୀମନ୍ଦିର ଭିତରେ  ରଥଯାତ୍ରାର ବିଧି ହେବାର ନଜିର ନାହିଁ'

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଶ୍ରୀମନ୍ଦିର ଭିତରେ ହେବ ନାହିଁ ରଥଯାତ୍ରାର ବିଧି  । କେବେ ହୋଇପାରିବ ନାହିଁ କି ହେବାର ନଜିର ନାହିଁ ବୋଲି କହିଛି ଦଇତାପତି ନିଯୋଗ  ।  ରଥଯାତ୍ରା ବନ୍ଦ ହେବା ପ୍ରସଙ୍ଗକୁ ନେଇ ଏବେ ଅଡୁଆରେ ରାଜ୍ୟ ସରକାର  । ଗଜପତି ମହାରାଜ ସରକାରଙ୍କ ଅବେହେଳା ବୋଲି ସ୍ପଷ୍ଟ କରିବା ପରେ ସେବାୟତଙ୍କ ପକ୍ଷରୁ ଦେଖାଦେଇଛି ଅସନ୍ତୋଷ  । କିଛି ସେବାୟତ ଶ୍ରୀମନ୍ଦିର ସମ୍ମୁଖରେ ଧାରଣା ଦେଇଥିବା ବେଳେ ଦଇତାପତି ନିଯୋଗ ସଭାପତି ନିଜେ ବ୍ୟକ୍ତିଗତ ଭାବେ ପିଟିସନ ଦାଖଲ କରିଥିବା ସହ ନିଯୋଗ ପକ୍ଷରୁ ପୁଣି ଏକ ପିଟିସନ , ଛତିଶା ନିଯୋଗ ଓ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମଧ୍ୟ ପିଟିସନ ଦାଖଲ ହୋଇଛି  । ସୋମାବାର ଦିନ ରହିଛି ଶୁଣାଣୀ  । ତେଣୁ ସ୍ନାନ ଯାତ୍ରା ଠାରୁ ପ୍ରଶାସନିକ ବ୍ୟବସ୍ଥା ଓ କୋବିଡ କଟକଣାକୁ ନେଇ କିଭଳି ହେବ ରଥଯାତ୍ରା ସେ ନେଇ ତଥ୍ୟ ରଖାଯିବ ବୋଲି କହିଛନ୍ତି ଆବେଦନକାରୀ  । ସେପଟେ ଆଶା ରହିଛି କି ପୁଣି ଥରେ କିଛି ପରିବର୍ତ୍ତନ ହେବ  । ତେବେ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିବା ପାଇଁ ଷଡଯନ୍ତ୍ର କରିଥିବା ଗଜପତିଙ୍କ ବୟାନ ପରେ ସ୍ପଷ୍ଟ ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରି କିଭଳି ପୁଣି ଥରେ ସରକାର ଏ ନେଇ ରିଭ୍ୟୁ ପିଟିସନ କରିବେ ସେ ନେଇ ଅନୁରୋଧ କରିଛନ୍ତି ପୁରୀ ବିଧାୟକ  । ସେପଟେ ସରକାରଙ୍କ ଏଭଳି ମନୋଭାବ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପୁନଃର୍ବିଚାର କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଧାରଣା ଦେଲେ ସେବାୟତ  ।

ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସବୁଆଡେ ରାଜ୍ୟ ସରକାରଙ୍କୁ ଦୋଷ ଦେବା ଆରମ୍ଭ ହୋଇଛି  । ରାଜ୍ୟ ସରକାର ଷଡଯନ୍ତ୍ର କରି ରଥ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଗଜପତିଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ  । ସରକାର ସଠିକ ତଥ୍ୟ ସୁପ୍ରିମକୋର୍ଟରେ ରଖିନାହାନ୍ତି ବୋଲି ଗଜପତିଙ୍କ ଅସନ୍ତୋଷ ପରେ ଏବେ ବିଭିନ୍ନ ମହଲରୁ ସରକାରଙ୍କ ପାଇଁ ବଢିଛି ଅଡୁଆ  । ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସମନ୍ୱୟ ବୈଠକ ପରେ ରାଜ୍ୟ ସରକାର ପୁଣି ଥରେ ରିଭ୍ୟୁ ପିଟିସନ କରିବାକୁ ଅନୁରୋଧ କରିଛନ୍ତି ଗଜପତିମହାରାଜ  । ସେପଟେ କଟକଣା ପୂର୍ଣ୍ଣ ରଥଯାତ୍ରା ହେବା ନେଇ ଛତିଶା ନିଯୋଗ ନାୟକଙ୍କ ପକ୍ଷରୁ ପିଟିସନ ଦାଖଲ ହୋଇଥିବା ବେଳେ ଦଇତାପତି ନିଯୋଗର ସମ୍ପାଦକ ନିଯୋଗ ପକ୍ଷରୁ ଓ ନିଯୋଗର ସଭାପତି ରବିନ୍ଦ୍ର ଦାସ ମହାପାତ୍ର ନିଜେ ବ୍ୟକ୍ତିଗତ ଓ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏହିଭଳି ୫ ଟି ପିଟିସନ ଦାଖଲ ହୋଇଛି  । ରଥଯାତ୍ରାର ବିଧି ଶ୍ରୀମନ୍ଦିର ଭିତରେ କେବେ ହୋଇନାହିଁ କି ହେବାର ନଜିର ନାହିଁ  । ତେଣୁ ରଥଯାତ୍ରା ପାଳନର ବିଧି ମନ୍ଦିର ଭିତରେ ହେବା ଅସମ୍ଭବ  । ଗବେଷକମାନେ ଯେଉଁ ତଥ୍ୟ ଦେଉଛନ୍ତି ତାହା ମନଗଢା ଓ ଏଭଳି କିଛି ଇତିହାସ ନାହିଁ  । ତେଣୁ ମହାପ୍ରଭୁଙ୍କୁ ନେବା ଆଣିବା ପାଇଁ ଏତେ ସେବକ ଓ ଏତେ ବଡ ରଥର ଆବଶ୍ୟକ ହେଉଥିବା ବେଳେ କିଭଳି ଗବେଷଣା କରି ଏଭଳି ମିଥ୍ୟା ତଥ୍ୟ ଦେଉଛନ୍ତି  । ଯଦି ରଥଯାତ୍ରାର ଅନୁକଳ୍ପ ହେବ କେବଳ ରଥଯାତ୍ରା ବୋଲି କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଓ ଦଇତାପତି ନିଯୋଗର ସଭାପତି  ।

ରାଜ୍ୟ ସରକାର ଷଡଯନ୍ତ୍ର କରି ଏଭଳି ରଥଯାତ୍ରା ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ନେଇ ପହଁଚାଇଛନ୍ତି  । ସେବାୟତମାନେ କୋବିଡ ଟେଷ୍ଟ ହୋଇ କ୍ୱାରାଣ୍ଟାଇନରେ ରହି ରଥ ଟାଣିବା ପାଇଁ ପ୍ରସ୍ତୁତ ହେଉଥିଲେ  । ହେଲେ କୋର୍ଟଙ୍କ ନିଷ୍ପତି ସମସ୍ତଙ୍କ ମନ ଭାଙ୍ଗିଦେଇଛି  । ତେଣୁ ରଥଯାତ୍ରା ପାଇଁ କୋର୍ଟ ପୁନଃବିଚାର କରନ୍ତୁ  । ଦାଖଲ ହୋଇଥିବା ପିଆଇଏଲରେ ନିଶ୍ଚୟ କିଛି କୋର୍ଟଙ୍କ ରାୟରେ ପରିବର୍ତ୍ତନ ଆସିବ  । ସେପଟେ କୋର୍ଟଙ୍କ ରାୟରେ ପୁନର୍ବିଚାର ଓ ରାଜ୍ୟ ସରକାରଙ୍କ ଷଡଯନ୍ତ୍ରର ପ୍ରତିବାଦ କରି  ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟରେ ଶାନ୍ତିପୁର୍ଣ ଧାରଣା ଦେଇଛନ୍ତି ସେବାୟତ  । ବେକର ପ୍ଲା କାର୍ଡ ପକାଇ ଅନେକ ସେବାୟତ ପ୍ରତିବାଦ କରିଛନ୍ତି  । ନିହାତି ରଥଯାତ୍ରା ହେବ ଓ ଜୁନ ୨୩ରେ ରଥ ଗଡିବ ବୋଲି ଏବେବି ସେବାୟତମାନେ ଆଶାବାଦୀ ବୋଲି କହିଛନ୍ତି  ।

ଜୁନ ୨୨ରେ ରଥଖଳାକୁ  ଆଜ୍ଞମାଳ ବିଜେ ହେବାର ରହିଛି ନୀତି  । ପୁଣି ଆଜି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ  । ସେପଟେ ଖଡିଲାଗି ନୀତି  । ଦେଖାଯାଉ ସୋମବାର ସୁଦ୍ଧା କଣ ଆସୁଛି ନିର୍ଯ୍ୟାସ  । ରଥଯାତ୍ରା ମନ୍ଦିର ଭିତରେ କି ବାହାରେ ହେବ   ।