ଚନ୍ଦକା ବନାଞ୍ଚଳରେ ହେବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ
Advertisement

ଚନ୍ଦକା ବନାଞ୍ଚଳରେ ହେବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ଶନିବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାତୀ ସଂରକ୍ଷଣ ସମ୍ବନ୍ଧିତ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା । ଯେଉଁଥିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ ନିଆଯାଇଛି । 

ଚନ୍ଦକା ବନାଞ୍ଚଳରେ ହେବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ମଳୟ ମହାନ୍ତି, ଭୁବନେଶ୍ୱର: ଚନ୍ଦକା ବନାଞ୍ଚଳରେ ହେବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେହିପରି ରାଜ୍ୟରେ ହାତୀ କରିଡର ସଂଖ୍ୟା ୧୪ରୁ ୧୬କୁ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଛି । ଆହୁରି ମଧ୍ୟ ଶିମିଳିପାଳ-ହଦଗଡ଼ ଓ ବରୁଣେଇ-ନୂଆଗଡ଼ ହାତୀ କରଡରର ବିକାଶ ହେବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । 

ଶନିବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାତୀ ସଂରକ୍ଷଣ ସମ୍ବନ୍ଧିତ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା । ଯେଉଁଥିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ ନିଆଯାଇଛି । ଜାତୀୟ ରାଜପଥର ଢେଙ୍କାନାଳ, ରେଢ଼ାଖୋଲ ଓ ଆଠମଲ୍ଲିକ ବନଖଣ୍ଡରେ ଅଣ୍ଡର ପାସ୍ ନିର୍ମାଣ ଚଳିତ ବର୍ଷ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ସ୍ଵତନ୍ତ୍ର ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ । 

ରାଜ୍ୟରେ ୧୯୯୯ ମସିହାରେ ୧୮୨୭ ହାତୀ ଥିବା ବେଳେ ୨୦୧୭ ମସିହାର ଗଣନା ଅନୁଯାୟୀ ୧୯୭୬ ହାତୀ ଅଛନ୍ତି ।