Advertisement
Article Detail0/zeeodisha/odisha693387
Zee OdishaOdisha Khabarକ୍ୟାମେରା ମାପିବ ତାତି

କ୍ୟାମେରା ମାପିବ ତାତି

ଅଧିକ ତାପମାତ୍ରା ଓ ଲକ୍ଷଣ ପ୍ରକାଶ ପାଇଲେ ଜଣାପଡିବା ସହ ସତର୍କ ସୂଚନା ମଧ୍ୟ ଦେବ । ପୂର୍ବରୁ ଥର୍ମାଲ ଗନ୍ ସାହାର୍ଯ୍ୟରେ ଯାତ୍ରୀ ମାନଙ୍କର ତାପମାତ୍ରା ଯାଞ୍ଚ କରାଯାଉଥିବା ବେଳେ ଏହି ସିଷ୍ଟମ ଦ୍ୱାରା ଏକାସମୟରେ ଏକରୁ ଅଧିକ ଯାତ୍ରୀ ମାନଙ୍କର ତାପମାତ୍ରା ପରୀକ୍ଷା ସହ ରେକର୍ଡ କରାଯାଇପାରିବ । 

କ୍ୟାମେରା ମାପିବ ତାତି

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କ୍ୟାମେରା ମାପିବ ତାତି । ଭୁବନେଶ୍ବର ରେଳ ଷ୍ଟେସନରେ ଆଜି(ମଙ୍ଗଳବାର) ଠାରୁ କାର୍ଯ୍ୟକ୍ଷମ ହୋଇଛି ଥର୍ମାଲ ଇମେଜିଂ କ୍ୟାମେରା ସିଷ୍ଟମ । କୋରୋନା କଟକଣା ସମୟରେ ତାପମାତ୍ରକୁ ଗୁରୁତ୍ବ ଦିଆଯାଉଥିବା ବେଳେ ପୂର୍ବ ତଟ ରେଳବାଇ ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଏହି ସିଷ୍ଟମ ଆପଣା ଯାଇଛି । ପ୍ରବେଶ ପଥରେ ଇନଷ୍ଟଲ ହୋଇଥିବା ଏହି କ୍ୟାମେରା ଦ୍ବାରା ସହଜ ଓ ସୁବିଧାରେ ଯାତ୍ରୀ ମାନଙ୍କର ତାପମାତ୍ରା ପରୀକ୍ଷା ଓ ଯାଞ୍ଚ କରିହେବ ।

ଅଧିକ ତାପମାତ୍ରା ଓ ଲକ୍ଷଣ ପ୍ରକାଶ ପାଇଲେ ଜଣାପଡିବା ସହ ସତର୍କ ସୂଚନା ମଧ୍ୟ ଦେବ । ପୂର୍ବରୁ ଥର୍ମାଲ ଗନ୍ ସାହାର୍ଯ୍ୟରେ ଯାତ୍ରୀ ମାନଙ୍କର ତାପମାତ୍ରା ଯାଞ୍ଚ କରାଯାଉଥିବା ବେଳେ ଏହି ସିଷ୍ଟମ ଦ୍ୱାରା ଏକାସମୟରେ ଏକରୁ ଅଧିକ ଯାତ୍ରୀ ମାନଙ୍କର ତାପମାତ୍ରା ପରୀକ୍ଷା ସହ ରେକର୍ଡ କରାଯାଇପାରିବ । ଆଗାମୀ ଦିନରେ ଏପରି ଯାତ୍ରୀଙ୍କ ସହ ରେଳ ଷ୍ଟେସନର କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଥିବା ରେଳବାଇ ପକ୍ଷରୁ କୁହାଯାଇଛି ।

Add Zee News as a Preferred Source
About the Author