ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଦୁର୍ଗମ ରଘୁବାରୀ ପଞ୍ଚାୟତରେ । ଆଜି ବାରିଙ୍ଗପଦର ଗ୍ରାମର ଜନକ ମାଝୀଙ୍କ ସ୍ତ୍ରୀ ବଲେ ମାଝୀଙ୍କୁ ଅସହ୍ୟ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରଥମେ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ରାସ୍ତା ଖରାପ ଥିବା ଦର୍ଶାଇ ଅମ୍ବୁଲାନ୍ସ ପହଞ୍ଚିନଥିଲା ।
Trending Photos
)
ରାୟଗଡା: ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ଗାଁରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ୩ ଜଣ ଗର୍ଭବତୀଙ୍କୁ ୧୭ କିଲୋମିଟର ପାଦରେ ଚାଲିଚାଲି ଯିବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଦୁର୍ଗମ ରଘୁବାରୀ ପଞ୍ଚାୟତରେ । ଆଜି ବାରିଙ୍ଗପଦର ଗ୍ରାମର ଜନକ ମାଝୀଙ୍କ ସ୍ତ୍ରୀ ବଲେ ମାଝୀଙ୍କୁ ଅସହ୍ୟ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରଥମେ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ରାସ୍ତା ଖରାପ ଥିବା ଦର୍ଶାଇ ଅମ୍ବୁଲାନ୍ସ ପହଞ୍ଚିନଥିଲା ।
ପରେ ବାଧ୍ୟ ହୋଇ ପରିବାର ଲୋକେ ବଲେ ମାଝୀଙ୍କୁ ପାଦରେ ଚଲାଇ ଚଲାଇ ପ୍ରାୟ ୧୭ କିଲୋମିଟର ରଘୁବାରୀ ଅଣାଯାଇଥିଲା । ସେହିପରି ଅନ୍ୟ ଦୁଇ ଜଣ ଗର୍ଭବତୀ ପରମିତା ମାଝୀ ଓ ରମିତା ମାଝୀ ରକ୍ତହୀନତା ଯୋଗୁଁ ଚିକିତ୍ସା ପାଇଁ ଆଶଆ ଦିଦିଙ୍କ ସହାୟତାରେ ରାସ୍ତାରେ ଚଲାଇ ଚଲାଇ ଅଣାଯାଇଥିଲା । ତେବେ ଦୀର୍ଘ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିନଥିବା ଯୋଗୁଁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିବା ପରେ ସଂପୃକ୍ତ ଗର୍ଭବତୀ ମାନଙ୍କୁ ଅମ୍ବାଦୋଳା ଡାକ୍ତରଖାନା ଅଣାଯାଇଥିଲା । ଅନ୍ୟପଟେ ଆସନ୍ନ ପ୍ରସବା ବଲେ ମାଝୀଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ମାଁଗୃହରେ ରଖାଯାଇଛି ।