)
ଭୁବନେଶ୍ୱର (ସରୋଜ ବେହେରା): ରାଜ୍ୟରେ ଏବେ ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ଖୋଲିବ ମଦ ଦୋକାନ । ଏହି ସମୟ ମଧ୍ୟରେ ବିଦେଶୀ ମଦ (Foreign Liqour), ବିୟର (Beer), ଦେଶୀ ମଦ (Country Liqour) ଦୋକାନ ଖୋଲାରହିବ । କେବଳ କଣ୍ଟେନମେଣ୍ଟ ଜୋନକୁ (Containment Zone) ଛାଡି ଅନ୍ୟ ସବୁଠି ମଦ ଦୋକାନ ଖୋଲିପାରିବ ।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାମାରୀ କରୋନା (Corona Pandemic) ଲାଗି ପୂର୍ବରୁ ମଦ ଦୋକାନ ବନ୍ଦ ରହିଥିଲା । ପରେ ସରକାର ମଦ ଦୋକାନ ନଖୋଲି ହୋମ୍ ଡେଲିଭରୀ (Home delivery) ପାଇଁ ଅନୁମତି ଦେଇଥିଲେ । ଏଥିରେ ବ୍ୟାପକ ଅସୁବିଧା ହୋଇଥିଲା । ପରବର୍ତ୍ତୀ ସମୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। କଣ୍ଟେନ୍ମେଣ୍ଟ ଜୋନ ବ୍ୟତୀତ ସବୁଠି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ଅମୁମତି ମିଳିଥିଲା ।