ରଥନିର୍ମାଣ ସରିଥିବା ବେଳେ ରଥଯାତ୍ରାକୁ ନେଇ ମଧ୍ୟ କରାଗଲାଣୀ ନୀତିକାନ୍ତି । ହେଲେ ରଥଯାତ୍ରାରେ ରଥ ଗଡିବ ନା ରଥଯାତ୍ରା ନୀତି ମନ୍ଦିର ଭିତରେ ହେବ । ତାହାକୁ ନେଇ ଜାରୀ ରହିଛି ସସପେନ୍ସ ।
Trending Photos
)
ପୁରୀ: ମହାପ୍ରଭୁଙ୍କର ଆଜି ଅଣସରର ଷଷ୍ଠ ଦିବସ । ଶ୍ରୀମନ୍ଦିରର ଅଣସର ଘରେ ଓଷ ଲାଗୀ ନିତି । ସେପଟେ ରଥ ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ଦ୍ୱାରବେଢା ଓ ଚନ୍ଦ୍ରଶାଳୀ ଲଗାଯାଉଛି । ସେପଟେ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲେଣି ଦଇତାପତି ସେବାୟତ । ଜୁନ ୨୩ରେ ରାତ୍ରି ୪ଟାରୁ ପହଣ୍ଡି ଦିନ ୧୧ଟାରେ ରଥଟଣା ଯିବା ପରେ ସେହି ଦିନ ଆଡପ ମଣ୍ଡପକୁ ପହଣ୍ଡି କରି ମହାପ୍ରଭୁଙ୍କ ୯ ଦିନ ଯାତ୍ରା ଗୁଣ୍ଡିଚା ମନ୍ଦିରରେ ହୋଇପାରିବ । ପ୍ରଥମ ଥର କରି ଆଡପ ମଣ୍ଡପରେ ୯ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିବେ ମହାପ୍ରଭୁ ଯାହାକି ପୁଣି ସ୍ନାନ ପୂର୍ଣ୍ଣିମା ଭଳି ଇତିହାସ ହେବାକୁ ପଦକ୍ଷେପ ନେଇଛି ଦଇତାପତି ନିଯୋଗ ।
ସେପଟେ ରଥଯାତ୍ରାକୁ କେହି ଅଟକାଇବା କି ବନ୍ଦ କରିପାରିବେ ନାହିଁ । ମହାପ୍ରଭୁଙ୍କ ଯେଭଳି ରଥ ନିର୍ମାଣ ପାଇଁ ଆଜ୍ଞମାଳ ଆସିଲା ସେହିଭଳି ରଥ ମଧ୍ୟ ନିର୍ମାଣ ସରିବା ପରେ ସିଂହଦ୍ୱାରରେ ଲାଗିଲା ପରେ ହେବ ରଥଯାତ୍ରା । ତେଣୁ ଭକ୍ତ ସମାଜ ଯେଭଳି ସ୍ନାନ ଯାତ୍ରା ଘରେ ରହି ଦେଖିଲେ ସେହିଭଳି ରଥଯାତ୍ରାକୁ ମଧ୍ୟ ଘରେ ରହି ଦେଖିହେବ କିନ୍ତୁ ଯାତ୍ରା କରାଯାଉ ବୋଲି ଅନୁରୋଧ କଲେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ।
ଅଣସରରେ ରାଜବୈଦ୍ୟଙ୍କ ପରାମର୍ଶରେ ଚାଲିଛି ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ଉପଚାର । ଗତକାଲି ପଂଚମ ଦିବସରେ ବଡ଼ ଓଡିଆ ମଠ ପକ୍ଷରୁ ଦିଆଯାଇଥିବା ଫୁଲୁରୀ ତେଲକୁ ଶ୍ରୀଅଙ୍ଗରେ ଲେପନ କରାଯାଇଛି । ମହାଜ୍ୱରରୁ ଉପଶମ ପାଇଁ ଆଜି ଲାଗି ହୋଇଛି ଓଷ । ଏହା ତିନି ଦିନ ପର୍ଯ୍ୟନ୍ତ ଚାଲିବ । ତା ପରେ ସୁସ୍ଥ ହେବେ ମହାପ୍ରଭୁ । ସେପଟେ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଗ୍ରୀନ ସିଗନାଲ ରହିଥିବା ଦଇତାପତି ନିଯୋଗ ଜାଣିବା ପରେ ନୀତି ନେଇ ହୋଇଛି ଆଲୋଚନା ।
ରଥ ନିର୍ମାଣ କାମ ଜୁନ ୨୦ ସୁଦ୍ଧା ସରିବ । ଦ୍ୱାରବେଢା ୪ଟି ଲେଖାଏଁ ଲାଗିବ । ଆଜି ଗୋଟିଏ ଲେଖାଏଁ ଲାଗିଯାଇଛି । ତା ସହ ପ୍ରଭା କାମ ମଧ୍ୟ ଚାଲିଛି । ତାଗବାଡିଆ ସହ ପଟା ବାଡିଆ କାମ ଚାଲିଛି । ୧୨ଟି ଚନ୍ଦ୍ରଶାଳୀ କାମ ମଧ୍ୟ ଚାଲିଛି । ସେପଟେ ରଥ ଉପରେ ୧୩ ପରସ୍ତ ପୋଟଳ ସହ ପାରାଭାଡି ମଧ୍ୟ ଲଗାଯାଉଛି । ରଥଖଳାରେ କଳସ ଓ ଖପୁରୀ କାମ କରାଯାଉଛି । ସେପଟେ ରଥର ରଙ୍ଗ କାର୍ଯ୍ୟ ମଧ୍ୟ ଚାଲିଛି । ଚକା ଓ ଗୁଜରେ ରଙ୍ଗ କରାଯାଉଥିବା ବେଳେ ରଥର ପାର୍ଶ୍ୱ ଦେବାଦେବୀ କାମ ମଧ୍ୟ ଚାଲିଛି । ତା ସହିତ ରଥ କନା କାମ ମଧ୍ୟ ଆରମ୍ଭ ହେଲାଣୀ । ଦର୍ଜି ସେବାୟତମାନେ ସେହି କାମରେ ଲାଗିପଡିଛନ୍ତି । ତେବେ ମଝିରେ ମଝିରେ ବର୍ଷା ହେଇଥିବାରୁ କାମରେ ବାଧା ସୃଷ୍ଟି ହେଉଛି ।
ରଥନିର୍ମାଣ ସରିଥିବା ବେଳେ ରଥଯାତ୍ରାକୁ ନେଇ ମଧ୍ୟ କରାଗଲାଣୀ ନୀତିକାନ୍ତି । ହେଲେ ରଥଯାତ୍ରାରେ ରଥ ଗଡିବ ନା ରଥଯାତ୍ରା ନୀତି ମନ୍ଦିର ଭିତରେ ହେବ । ତାହାକୁ ନେଇ ଜାରୀ ରହିଛି ସସପେନ୍ସ ।