ସମ୍ପର୍କ ଜୁଇରେ ୫ ସଦସ୍ୟ
Advertisement

ସମ୍ପର୍କ ଜୁଇରେ ୫ ସଦସ୍ୟ

ଲହଣ୍ଡାବୁଡ଼ ସାମୁହିକ ଆତ୍ମହତ୍ୟା ଉଦ୍ୟମ ଘଟଣା, ବନ୍ଦିତା ବି ଆଖି ବୁଜିଲେ

ପ୍ରତୀକାତ୍ମକ ଫଟୋ

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଲହଣ୍ଡାବୁଡ଼ ସାମୁହିକ ଆତ୍ମହତ୍ୟା ଉଦ୍ୟମ ଘଟଣା । ମାଆ, ଭଉଣୀ ଓ ଭାଇଙ୍କ ମୃତ୍ୟୁ ପରେ ଆଜି ଆସିଛି ଆଉ ଏକ ଦୁଃଖଦ ଖବର । ଅନ୍ୟ ଜଣେ ଭଉଣୀ ବନ୍ଦିତା ମଧ୍ୟ ଜୀବନ ହାରିଛନ୍ତି । ଆଜି ସକାଳେ ବନ୍ଦିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସମୁଦାୟ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ବୁର୍ଲା ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଅନ୍ୟ ଜଣେ ଭଉଣୀ । ଏ ଘଟଣା ସମଗ୍ର ଝାରସୁଗୁଡ଼ାବାସୀଙ୍କୁ ସ୍ତବ୍ଧ କରିଦେଇଛି । 

କ'ଣ ଥିଲା ପୁରା ଘଟଣା ? 

ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ଼ ଗାଁର ଏ ଘଟଣା । ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଶ୍ୱାଲ ପରିବାର । ପୁରା ଘଟଣା ଥିଲା ଏପରି କିଛି । ଏ ପରିବାରର ବଡ଼ ପୁଅ ଦୀପକ ବିଶ୍ୱାଲ ୨ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେବା ପରେ ଶେଷରେ ଗତ ୧ ତାରିଖରେ ଆଖି ବୁଜିଥିଲେ ଦୀପକ । ତେବେ ଦୀପକଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା ପୁରା ପରିବାର । ପରିବାରର ଅନ୍ୟ ସମସ୍ତ ୫ ସଦସ୍ୟ(ମାଆ, ସାନ ଭାଇ ଓ ୩ ଭଉଣୀ) ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଫିନାଇଲ ପିଇଦେଇଥିଲେ । 

ଗତ ୨ ତାରିଖରେ ଏମାନଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ୨ ଜଣଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା । ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ୪ ଜଣ ଜୀବନ ହାରିଛନ୍ତି । ପ୍ରଥମେ ଭାଇ ଶ୍ରୀକାନ୍ତ ବିଶ୍ୱାର, ପରେ ଭଉଣୀ ପିଙ୍କି ବିଶ୍ୱାଳ ଓ ମାଆ ପୁଷ୍ପାବତୀ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା । ଆଉ ଆଜି ଅନ୍ୟ ଜଣେ ଭଉଣୀ ବନ୍ଦିତା ବିଶ୍ୱାଳଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ଜଣେ ଭଉଣୀ ।