Advertisement
Article Detail0/zeeodisha/odisha667530
Zee OdishaOdisha Khabarସମ୍ୱଲପୁରରେ ସାହାଯ୍ୟର ହାତ ବଢାଇଲେ କିନ୍ନର ସମାଜ

ସମ୍ୱଲପୁରରେ ସାହାଯ୍ୟର ହାତ ବଢାଇଲେ କିନ୍ନର ସମାଜ

ବର୍ତ୍ତମାନ କରୋନା ବିଶ୍ଵରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି  । ଆଉ କୋରୋନାର ହା ହା କାର ପାଇଁ ବିଶ୍ୱ ତଥା ଭାରତ ଲକ୍ ଡାଉନରେ ଅଛି । 

Sambalpur Trans Gender Group
Sambalpur Trans Gender Group

ଅଜୟ କୁମାର ନାଥ, ସମ୍ୱଲପୁର: ବର୍ତ୍ତମାନ କରୋନା ବିଶ୍ଵରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି  । ଆଉ କୋରୋନାର ହା ହା କାର ପାଇଁ ବିଶ୍ୱ ତଥା ଭାରତ ଲକ୍ ଡାଉନରେ ଅଛି । ଏଭଳି ସ୍ଥିତିରେ ସମସ୍ତେ ସେବା ମନୋଭାବ ସହ ଗରିବ ଦୁଖୀ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ସମସ୍ତେ । ଆଉ ଏଭଳି ଏକ ପ୍ରୟାସ ସମ୍ବଲପୁର କିନ୍ନର ସମାଜ ତରଫରୁ କରାଯାଇଛି ।

fallback

ଜିଲ୍ଲାରେ ଆଜି ଗରିବ ଓ ଦୁଃଖୀ ଲୋକଙ୍କୁ ପାନୀୟ ଜଳ ତଥା ଶୁଖିଲା ଖାଦ୍ୟ ଯେପରିକି ବିସ୍କୁଟ ଇତ୍ୟାଦି ବଣ୍ଟନ କରିଛନ୍ତି କିନ୍ନର ସମାଜ । ସେମାନଙ୍କ ବିଶ୍ଵରୁ କୋରୋନା ପରି ମହାମାରୀ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବା ପାଇଁ ମା ସମଲେଶ୍ବରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାସହିତ ଗରିବ ଓ ଦୁଃଖୀଙ୍କୁ ଆଜି ଖାଦ୍ୟ ବଣ୍ଟନ କରିବା ସହିତ ଆଗାମୀ ସମୟରେ ମଧ୍ୟ ନିଜସ୍ଵ ଖର୍ଚ୍ଚରୁ ଶୁଖିଲା ଖାଦ୍ୟ ବଣ୍ଟନ କରିବେ ବୋଲି କହିଛନ୍ତି । 

Add Zee News as a Preferred Source

ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାହାର୍ଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ସମସ୍ତେ ଯଥା ସମ୍ଭବ ସାହାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି  ।

About the Author