ଆଦିବାସୀ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଗିରଫ
Advertisement

ଆଦିବାସୀ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଗିରଫ

ମିଳିଥିବା ସୂଚନା ଅନୁସାରେ, ଦିବ୍ୟାଙ୍ଗ ନାବାଳିକାଙ୍କ ମା' ୨୯ ତାରିଖ ସକାଳ ୫ଟା ସମୟରେ ଘର ବାହାର ପଟୁ ତାଲା ପକାଇ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଘର ପାଖର ଜଣେ ଯୁବକ ଏହି ଅବସରର ଫାଇଦା ନେଇ ଘରର ତାଲା ଭାଙ୍ଗି ଦୁଷ୍କର୍ମ କରିଥିବାର ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି । 

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ଦୁଷ୍କର୍ମ ପରି ଘୃଣ୍ୟ ଘଟଣା ଦିନକୁ ଦିନ ବଢ଼ି ଚାଲିଛି । ପ୍ରାୟ ଦିନ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ସମ୍ୱଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ମେ ୨୯ ତାରିଖରେ ଘଟିଥିଲେ ମଧ୍ୟ ପ୍ରଘଟ ହୋଇନଥିଲା । ତେବେ ଏହି ଘଟଣାଟି ବୁଧବାର ପ୍ରଘଟ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଦିବ୍ୟାଙ୍ଗ ନାବାଳିକାଙ୍କ ମା' ୨୯ ତାରିଖ ସକାଳ ୫ଟା ସମୟରେ ଘର ବାହାର ପଟୁ ତାଲା ପକାଇ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଘର ପାଖର ଜଣେ ଯୁବକ ଏହି ଅବସରର ଫାଇଦା ନେଇ ଘରର ତାଲା ଭାଙ୍ଗି ଦୁଷ୍କର୍ମ କରିଥିବାର ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି । ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ନିଜେ ପୀଡ଼ିତାଙ୍କ ମାଆ ସେଦିନ ଶୌଚ କରି ଘରକୁ ଫେରିବା ସମୟରେ ତାଙ୍କ ଘରର ତାଲା ଭାଙ୍ଗି ଜଣେ ଯୁବକ ତାଙ୍କ ନାବାଳିକା ଝିଅ ସହ ଅତ୍ୟାଚାର କରିଥିବା ଦେଖିଥିଲେ । ପୀଡ଼ିତାଙ୍କ ମାଆ ଦୁଷ୍କର୍ମକାରୀ ଯୁବକଙ୍କୁ କାବୁ କରି ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫେରାର ହୋଇଯାଇଥିଲା ବୋଲି ଏତଲାରେ ଲେଖିଛନ୍ତି । ଅଇଁଠାପାଲି ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି ।