Advertisement
Article Detail0/zeeodisha/odisha699876

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ମାଣିକପୁର ମୁର୍ଷୁଣ୍ଢି ରାସ୍ତାରେ ଗଲାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବ‍ ଜଣାପଡିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ଥାନା ମାଣିକପୁର ଗାଁରେ ଅଘଟଣ ଘଟିଯାଇଛି । ଟ୍ରାକ୍ଟର ଉଲଟି ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ମାଣିକପୁର ଗାଁର ଶେଖର ଭୋଇ ଓ ସଞ୍ଜିବ ଭରାସାଗର । ଉଭୟ ଟ୍ରାକ୍ଟରରେ ରୋଟାଭେଟର ଲଗାଇ ବିଲକୁ ହଳ କରିବାକୁ ଯାଉଥିଲେ । 

ମାଣିକପୁର ମୁର୍ଷୁଣ୍ଢି ରାସ୍ତାରେ ଗଲାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବ‍ ଜଣାପଡିଛି । ଘଟଣାସ୍ଥଳରେ ବୀରମହାରାଜପୁର ଦମକଳ ବାହିନି ପହଚିଂ ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନକୁ ଆଣିଥିଲେ । ଏବେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ରଖିଛନ୍ତି । ଏହାସହ ଦୁର୍ଘଟଣାର ଅନୁସନ୍ଧାନ ଜାରି ରଖିଛି ।

Add Zee News as a Preferred Source
About the Author