କୋରୋନା କଟକଣାକୁ ଅଣଦେଖା, ବନ୍ଦ ହେଲା ୨ ହୋଟେଲ
Advertisement

କୋରୋନା କଟକଣାକୁ ଅଣଦେଖା, ବନ୍ଦ ହେଲା ୨ ହୋଟେଲ

 ବିଏମସି ଟିମ୍ ଅଚାନକ ଗସ୍ତ କରି ଉଭୟ ହୋଟେଲକୁ ୫ ହଜାର ଲେଖାଏଁ ଜରିମାନା ଆଦାୟ କରିବା ସହ ୭ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ।

କୋରୋନା କଟକଣାକୁ ଅଣଦେଖା, ବନ୍ଦ ହେଲା ୨ ହୋଟେଲ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କୋରୋନା କଟକଣାକୁ ଅଣଦେଖା, ବନ୍ଦ ହେଲା ଦୁଇ ହୋଟେଲ । ରାଜ୍ୟ ସମେତ ରାଜଧାନୀରେ କ୍ରମାଗତ ଭାବେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କଟକଣା ଉଲ୍ଲଙ୍ଘନ ଦେଖି ଆକ୍ସନ ମୁଡରେ ଭୁବନେଶ୍ୱର ମହାନଗର ନିଗମ । ଆଜି(ମଙ୍ଗଳବାର) ଦିନ ୧ଟା ସମୟରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବିଡ଼ିଏ କାର୍ଯ୍ୟାଳୟ ପଛ ପଟେ ଦୁଇ ହୋଟେଲ ଭିତରେ ବେଆଇନ ଭାବେ ଗ୍ରାହକ ମାନଙ୍କୁ ଖାଇବା ପରଷା ଯାଉଥିଲା । 

ଏହି ସମୟରେ ବିଏମସି ଟିମ୍ ଅଚାନକ ଗସ୍ତ କରି ଉଭୟ ହୋଟେଲକୁ ୫ ହଜାର ଲେଖାଏଁ ଜରିମାନା ଆଦାୟ କରିବା ସହ ୭ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ସନ୍ତୋଷ ଜନକ ଅଣ୍ଡର ଟେକିଂ ଦେବା ପରେ ହୋଟେଲ ଖୋଲିବାକୁ ଅନୁମତି ଦିଆଯିବ ବୋଲି ବିଏମସି କର୍ତ୍ତୃପକ୍ଷ କହିଛନ୍ତି ।