କୋହଳ ହେଉଛି କୋରୋନା କଟକଣା, ହେଲେ ସେବାୟତଙ୍କୁ ଅଣଦେଖା !

କୋହଳ ହେଉଛି ଜୀବିକା, ହେଲେ ଧର୍ମାନୁଷ୍ଠାନରେ କଟକଣା । ସେବାୟତଙ୍କୁ ଅଣଦେଖା । ଅନଲକରେ ବି ଭକ୍ତମାନଙ୍କ ପାଇଁ ଖୋଲିପାରୁନି ମନ୍ଦିର । ବଢିଚାଲିଛି କଟକଣା ପରେ କଟକଣା ଆଉ ଏଥିରେ ଗଭୀର ପ୍ରଭାବିତ ହେଉଛନ୍ତି ମନ୍ଦିରର ପୂଜକ ଓ ସେବାୟତ ।

କୋହଳ ହେଉଛି କୋରୋନା କଟକଣା, ହେଲେ ସେବାୟତଙ୍କୁ ଅଣଦେଖା !

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଅନଲକ୍ ହେଉଛି ଦେଶ, ହେଲେ ଖୋଲିପାରୁନି ଧର୍ମାନୁଷ୍ଠାନ । ରୀତିନୀତିରେ ହେଉଛି ପୂର୍ଜର୍ଚ୍ଚନା ହେଲେ ଭକ୍ତଙ୍କୁ ମନ୍ଦିର ମନା । ଯେଉଁଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ମନ୍ଦିରର ପୂଜକ ଓ ସେବାୟତ । କୋରୋନା କଟକଣା ଭିତରେ ଚାରି ମାସରୁ ଅଧିକ ଭକ୍ତ ମାନଙ୍କ ପାଇଁ ଧର୍ମାନୁଷ୍ଠାନ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି । ତୃତୀୟ ପର୍ଯ୍ୟାୟ ଅନଲକରେ ମଧ୍ୟ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟକଳାପକୁ ବାରଣ କରାଯାଇଛି । ତେବେ ଭକ୍ତଙ୍କ ଦାନ ଧର୍ମରେ ଜୀବିକା ଅର୍ଜନ କରୁଥିବା ସେବାୟତମାନେ ଏବେ ହାତ ବାନ୍ଧି ବସିଛନ୍ତି । ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ମନ୍ଦିର ମାଳିନୀ ସହର ରାଜଧାନୀରେ ଥିବା ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ କେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ରୋଜଗାର ହରାଇ ସେମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି ।

କୋହଳ ହେଉଛି ଜୀବିକା, ହେଲେ ଧର୍ମାନୁଷ୍ଠାନରେ କଟକଣା । ସେବାୟତଙ୍କୁ ଅଣଦେଖା । ଅନଲକରେ ବି ଭକ୍ତମାନଙ୍କ ପାଇଁ ଖୋଲିପାରୁନି ମନ୍ଦିର । ବଢିଚାଲିଛି କଟକଣା ପରେ କଟକଣା ଆଉ ଏଥିରେ ଗଭୀର ପ୍ରଭାବିତ ହେଉଛନ୍ତି ମନ୍ଦିରର ପୂଜକ ଓ ସେବାୟତ । ଦୀର୍ଘ ଚାରି ମାସରୁ ଉର୍ଦ୍ଧ୍ୱ କୋରୋନା କଟକଣା ଭିତରେ ଧର୍ମାନୁଷ୍ଠାନ ଓ ଧାର୍ମିକ କାର୍ଯ୍ୟକଳାପ ବାରଣ ହୋଇଥିବା ବେଳେ ଭକ୍ତମାନଙ୍କ ଦାନ ଧର୍ମ ଉପରେ ଜୀବିକା ନିର୍ବାହ କରୁଥିବା ସେବାୟତ ମାନେ ଏବେ ହାତ ବାନ୍ଧି ବସିଛନ୍ତି । ମନ୍ଦିର ମାଳିନ ସହର ଲିଙ୍ଗରାଜ ମନ୍ଦିରର ସେବାୟତ ମାନେ ତାଲିକ ପ୍ରସ୍ତୁତ କରି ସରକାରଙ୍କ ସହାୟତା ଅପେକ୍ଷାରେ ଥିବା କହିଛନ୍ତି ।

ତେବେ ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ଲାଗି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଉଥିବା ବେଳେ ପ୍ରମୁଖ ଲିଙ୍ଗରାଜ ମନ୍ଦିରର ସେବାୟତ ମାନଙ୍କ ପ୍ରତି କାହିଁକି ସରକାର ଅଣଦେଖା କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଫଳରେ ନିଜର ଜୀବିକା ହରାଇ ବସିଥିବା ବେଳେ କଟକଣା ସହ ଭକ୍ତ ମାନଙ୍କ ପାଇଁ ମନ୍ଦିର ଖୋଲିବାକୁ ଅନୁମତି ଦେବା ସହ ସ୍ୱତନ୍ତ୍ର ଆର୍ଥିକ ସହାୟତା ପାଇଁ ସେମାନେ ଦାବି କରିଛନ୍ତି ।