Advertisement
Article Detail0/zeeodisha/odisha714813

ପରପାରିରେ ବିଶିଷ୍ଟ ଓଲିଉଡ ଅଭିନେତା ବିଜୟ ମହାନ୍ତି

 ୭୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି(ସୋମବାର) ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି ।

ପରପାରିରେ ବିଶିଷ୍ଟ ଓଲିଉଡ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତଙ୍କ ପରଲୋକ । ୭୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି(ସୋମବାର) ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ଓଡିଆ ଚଳଚ୍ଚିତ୍ର ଜଗତରେ ବିଜୟ ମହାନ୍ତି ଅଭିନେତା ଓ ନିର୍ଦ୍ଦେଶକ ଭାବେ ସଫଳ ଭୂମିକା ନିର୍ବାହ କରିଥିଲେ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ବିଗତ ଦିନରେ ସେ ଅସୁସ୍ଥତା କାରଣ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଯାଇଥିଲେ । କିନ୍ତୁ ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ଓଡ଼ିଶା ଅଣାଯାଇଥିଲା । ଏଠାରେ ପୁଣି ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଜି ସନ୍ଧ୍ୟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ନିଧନ ପରେ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ବିଜୟ ମହାନ୍ତିଙ୍କ ନିଧନକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି । 

ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଖ୍ୟାତିସମ୍ପନ୍ନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ପିଢି ପରେ ପିଢି ତାଙ୍କର ପ୍ରଶଂସକଙ୍କୁ ସେ କଳାର ଯାଦୁରେ ବାନ୍ଧି ରଖି ପାରିଥିଲେ । ଅମର ଆତ୍ମାର ସଦଗତି କାମନା କରୁଛି ଓ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ଏହି କଷ୍ଟକର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।

About the Author