ପଞ୍ଚମ ପାଳିର ପ୍ରଥମ ବର୍ଷ: ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ଦେଖିଛି 'ନବୀନ' ଜଲୱା
Advertisement

ପଞ୍ଚମ ପାଳିର ପ୍ରଥମ ବର୍ଷ: ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ଦେଖିଛି 'ନବୀନ' ଜଲୱା

'ଅମ୍ଫାନ'କୁ ଯେଉଁପରି ପ୍ରଭାବଶାଳୀ ଢଙ୍ଗରେ ସାମ୍ନା କରିଛି, ତାହା ବେଶ ଆକର୍ଷଣୀୟ ।  ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବିଭିନ୍ନ ମହଲରେ ମଧ୍ୟ ପ୍ରଶଂସିତ ହେଉଛି ।

ପଞ୍ଚମ ପାଳିର ପ୍ରଥମ ବର୍ଷ: ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ଦେଖିଛି 'ନବୀନ' ଜଲୱା

ଭୁବନେଶ୍ୱର: ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ । ଆରମ୍ଭରୁ ହିଁ ସାମ୍ନାରେ ଥିଲା ବଡ଼ ଚ୍ୟାଲେଞ୍ଚ । 'ଫନି' ପ୍ରଭାବରେ ଉଜୁଡ଼ି ଯାଇଥିବା ଓଡ଼ିଶାର ଅଣ୍ଟା ସଳଖାଇବାକୁ ଅଣ୍ଟା ଭିଡ଼ି ବାହାରିଥିଲେ ରାଜ୍ୟ ସରକାର । ଆଉ ଏବେ 'ଅମ୍ଫାନ'ରେ ବର୍ଷ ଶେଷ ହୋଇଛି । ମିଶନ ଜିରୋ କାଜୁଆଲିଟିରେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ନବୀନ ସରକାରଙ୍କ ପାଇଁ ପ୍ରଥମ ବର୍ଷ ଅନେକ ଆହ୍ୱାନର ସାମ୍ନା କରିଛି । ଆଉ ସବୁ ଆହ୍ୱାନକୁ ସରକାର ସଫଳତାର ସହ ମୁକାବିଲା କରିଥିବାରୁ ଜାତୀୟ ଓ ଅନ୍ତଜାର୍ତୀୟ ସ୍ତରର ସ୍ୱୀକୃତି ବି ମିଳିଛି ।

'ଫନି'ଠୁ 'ଅମ୍ଫାନ'...ଭାୟା 'ବୁଲବୁଲ' । ବିପର୍ଯ୍ୟୟ ପରିଚାଳନାରେ ସେ ଯେ ମାହିର, ଏହା ପୁଣିଥରେ କରି ଦେଖାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଆଖିରେ ୧୯୯୯ ମହାବାତ୍ୟା ଦେଖିଥିବା ନବୀନ ବର୍ତ୍ତମାନ ବାତ୍ୟା ପରିଚାଳନା କ୍ଷେତ୍ରରେ ବେଶ୍ ସଫଳ । ଏକ୍ଷେତ୍ରରେ ଓଡ଼ିଶା ଏବେ ରୋଲ ମଡ଼େଲ । ପୂର୍ବରୁ ବାତ୍ୟା ଫାଇଲିନ୍, ହୁଡ଼ହୁଡ଼ ଓ ତିତଲିକୁ ସଫଳତାର ସହ ମୁକାବିଲା କରିଥିବା ନବୀନଙ୍କ ପାଇଁ ପଞ୍ଚମ ପାଳିର ପ୍ରଥମ ବର୍ଷ ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ମୁଣ୍ଡ ଉପରେ ଥିଲା ସାମୁଦ୍ରିକ ଝଡ଼ ଫନି ଛାଡ଼ି ଯାଇଥିବା ଅସଜଡ଼ା ଗାଁକୁ ସଜାଡ଼ିବାର ଦାୟିତ୍ୱ । ଲୋକଙ୍କ ଜୀବନଜୀବିକା ଫେରାଇବାର ଦାୟିତ୍ୱ । ଏହି କ୍ଷତ ସମ୍ପୂର୍ଣ୍ଣ ଲିଭିନଥିବା ବେଳେ ଏଥର ପୁଣି 'ଅମ୍ଫାନ'ର ପ୍ରକୋପ । ସମସ୍ତ ଆହ୍ୱାନକୁ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । 

fallback

ପ୍ରଶାସନରେ ଜିରୋ ଟଲେରେନ୍ସ ହେଉ କି ବିପର୍ଯ୍ୟୟ ମୁକବିଲାରେ ମିଶନ ଜିରୋ କାଜୁଆଲିଟି ହେଉ, ସବୁଠି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ । ୧୦ ହଜାର ଲୋକଙ୍କ ପ୍ରାଣ ନେଇଥିବା ୧୯୯୯ ମହାବାତ୍ୟାର ତାଣ୍ଡବ ପରେ ନବୀନ ସରକାର ଏବେ ଜିରୋ କାଜୁଆଲିଟି ମିଶନରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକବିଲା କରୁଛନ୍ତି । କୋରୋନା ସଙ୍କଟ ଭିତରେ କେଇ ଦିନ ପୂର୍ବରୁ ଓଡ଼ିଶା ସୀମାଦେଇ ଘଷି ହୋଇ ଯାଇଥିଲା 'ଅମ୍ଫାନ' । ଆଉ ଓଡ଼ିଶା 'ଅମ୍ଫାନ'କୁ ଯେଉଁପରି ପ୍ରଭାବଶାଳୀ ଢଙ୍ଗରେ ସାମ୍ନା କରିଛି, ତାହା ବେଶ ଆକର୍ଷଣୀୟ ।  ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବିଭିନ୍ନ ମହଲରେ ମଧ୍ୟ ପ୍ରଶଂସିତ ହେଉଛି ।