• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

ଜାଣନ୍ତୁ ଅନୁଭବ ମହାନ୍ତିଙ୍କ ବିଷୟରେ କିଛି ଅଜଣା କଥା...

ଅନୁଭବ ମହାନ୍ତି ୨୪ ଡିସେମ୍ୱର ୧୯୮୧ରେ କଟକ ସ୍ଥିତ ଚୌଧୁରୀ ବଜାରରେ ଜନ୍ମ ଗ୍ରହଣ କରିଥିଲେ । ବାପା ଅବସରପ୍ରାପ୍ତ ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ତାଙ୍କ ମା'ଙ୍କ ନାଁ ହେଉଛି ମଧୁସ୍ମିତା ମହାନ୍ତି ।

ଜାଣନ୍ତୁ ଅନୁଭବ ମହାନ୍ତିଙ୍କ ବିଷୟରେ କିଛି ଅଜଣା କଥା...

ନୂଆଦିଲ୍ଲୀ: ଓଡ଼ିଆ ସିନେ ଜଗତରେ ଅନୁଭବ ମହାନ୍ତି (Anubhav Mohanty) ଏକ ଲୋକପ୍ରିୟ ଚେହେରା । ସେ ଚଳଚ୍ଚିତ୍ର ଅଭିନେତା, ଚଳଚ୍ଚିତ୍ର ନିର୍ମାତା, ମଡେଲ ଏବଂ ରାଜନେତା ଭାବେ ବେଶ୍ ଜଣାଶୁଣା । ସେ ହିଁ ଓଡ଼ିଆ ସିନେମା ପାଇଁ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା କଳାକାର । ତାଙ୍କର ପ୍ରସଂଶକ ମାନେ ତାଙ୍କୁ ଓଡ଼ିଆ ସିନେଜଗତର କିଙ୍ଗ୍ ଏବଂ ଭାଇଜାନ୍ ବୋଲି କୁହନ୍ତି । ବର୍ତ୍ତମାନ ସମୟରେ ସେ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜୁ ଜନତା ଦଳ (BJD) ର ସାଂସଦ ଅଛନ୍ତି । ଅନୁଭବ ମହାନ୍ତି ଉଭୟ  ଓଡିଆ ଓ ବଙ୍ଗାଳୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ମଡେଲିଂରେ ତାଙ୍କର ଦୃଢ଼ ଇଚ୍ଛା ଏବଂ ଅପାର ପ୍ରୟାସ ଯୋଗୁଁ ମଡେଲିଂରେ ଅନେକ ମଧ୍ୟ ପୁରସ୍କାର ଜିତିଛନ୍ତି । ଅନୁଭବ ମହାନ୍ତି ୨୦୦୪ ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ପାଦ ଥାପିଲେ ସତ କିନ୍ତୁ ସେ ବହୁପୂର୍ବରୁ ଓଡ଼ିଆ ଆଲବମ୍ ଜଗତରେ ନିଜର ଜଲୱା ଦେଖାଇ ସାରିଥିଲେ । ସେ ୨୦-୩୦ ଓଡ଼ିଆ ଆଲବମ୍ ଭିଡିଓ ସଙ୍ଗରେ କାମ କରିଛନ୍ତି ।

ଅନୁଭବ ମହାନ୍ତି ୨୪ ଡିସେମ୍ୱର ୧୯୮୧ରେ କଟକ ସ୍ଥିତ ଚୌଧୁରୀ ବଜାରରେ ଜନ୍ମ ଗ୍ରହଣ କରିଥିଲେ । ବାପା ଅବସରପ୍ରାପ୍ତ ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ତାଙ୍କ ମା'ଙ୍କ ନାଁ ହେଉଛି ମଧୁସ୍ମିତା ମହାନ୍ତି । ଭାଇ ଅନୁପ୍ରାସ ମହାନ୍ତି ଫିଲ୍ମ ପ୍ରଯୋଜନା ଓ ବ୍ୟବସାୟରେ ସଂପୃକ୍ତ ଅଛନ୍ତି । ଅନୁଭବଙ୍କ ଡାକ ନାଁ ହେଉଛି ଫପୁନ । ସେ ବିଦ୍ୟାଳୟ ଶିକ୍ଷା କଟର ଡିଏଭି ପବ୍ଲିକ୍ ସ୍କୁଲରୁ ସମ୍ପୂର୍ଣ୍ଣ କରିଥିଲେ । ଏହା ପରେ ସେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କୁ ପ୍ରଥମ ଫିଲ୍ମ ଆଇ ଲଭ ୟୁରେ ସୁଯୋଗ ମିଳିଥିଲା । ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ସେ ଆଲବମ୍ ଜଗତରେ ମଧ୍ୟ ଖୁବ ପ୍ରତିଷ୍ଠା ଲାଭ କରିସାରିଥିଲେ । ୨୦୧୪ରେ ସେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। 

ସେ ୨୦୦୪ ମସିହାରେ ଓଡ଼ିଆ ବିଶିଷ୍ଟ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆଇ ଲଭ୍ ୟୁ ଜରିଆରେ ଓଡ଼ିଆ ସିନେ ଜଗତରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ଏହି ସିମାନେରେ ତାଙ୍କ ଅପଜିଟରେ ନର୍ମତା ଥାପା କାମ କରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଓଡ଼ିଶାର ଜନସାଧାରଣଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଥିଲା । ଆଇ ଲଭ୍ ୟୁ ଫିଲ୍ମ ପରେ ପରେ ଅନୁଭବଙ୍କ ସେହି ବର୍ଷ ଆଉ ଦୁଇଟି ଫିଲ୍ମ ସାଥିରେ, ବର୍ଷା ମାଇଁ ଡାର୍ଲିଙ୍ଗ୍ ରିଲିଜ ହୋଇଥିଲା । ଏହା ବ୍ୟତୀତ ସେ ପ୍ରିୟା ମୋ ପ୍ରିୟା , ଅର୍ଜୁନ , ପ୍ରଥମ ପ୍ରେମ , ଟୋପାଏ ସିନ୍ଦୂର ଦିଟୋପା ଲୁହ , ପ୍ରେମୀ ନଂ ୱାନ୍ , ଥ୍ୟାଙ୍କ ୟୁ ଭଗବାନ , ଖଳନାୟକ , ମହାନାୟକ , କାଳୀ ଶଙ୍କର, ତୋ ବିନା ମୋ କାହାଣୀ ଅଧା , ଧନରେ ରଖିବୁ ସପଥ ମୋର , ମୋତେ ତ ଲଭ୍ ହେଲାରେ , ଛାତି ଚିରିଦେଲେ ତୁ , ମୁନ୍ନା ଏ ଲଭ୍‌ଷ୍ଟୋରୀ , ଆ ଜହ୍ନରେ ଲେଖିବା ନାଁ , ନେଇଯାରେ ମେଘ ମୋତେ , ସୁନା ଚଢେଇ ମୋ ରୂପା ଚଢେଇ , ଆକାଶେ କି ରଙ୍ଗ ଲାଗିଲା , ସାତସୂରେ ବନ୍ଧା ଏ ଜୀବନ, ଅଭିମନ୍ୟୁ , ଡନ୍ , ମୁଁ କଣ୍ ଏତେ ଖରାପ , ଆମ ଭିତରେ କିଛି ଅଛିକି , ଦିୱାନା , କିଏସେ ଡାକୁଛି କୋଉଠି ମୋତେ , ବାଳୁଙ୍ଗା ଟୋକା , ଏସିପି ରଣବୀର , ମାଟ୍ରିକ୍ ଫେଲ୍ , ମୋ ଦୂନିଆ ତୁ ହି ତୁ , ହାତ ଧରି ଚାଲୁଥା , ଅଗସ୍ତ୍ୟା, ଗୋଟେ ଶୂଆ ଗୋଟେ ଶାରୀ, ବେବି, ଅଭୟ , କାବୁଲା ବାରବୁଲା , ପ୍ରେମ କୁମାର , ଜଗା ହାତରେ ପଘା ଏବଂ ବିଜୁବାବୁ ଭଲି ଫିଲ୍ମରେ କାମ କରିଛନ୍ତି ।

ଅନୁଭବ ପ୍ରତ୍ୟେକ ଫିଲ୍ମ ପାଇଁ ୨୫ରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନିଅନ୍ତି । ସେ ଚଳଚ୍ଚିତ୍ର ନିର୍ମାତା ଭାବରେ “ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ” ନାମକ ଏକ ପ୍ରଡକ୍ସନ୍ ହାଉସ୍ ଲଞ୍ଚ କରିଛନ୍ତି । ୨୦୧୨ରେ ସେ "ସମଥିଂ ସମଥିଂ" ଚଳଚ୍ଚିତ୍ରରେ କାମ କରିଥିଲେ ଯାହା ବର୍ଷର ସବୁଠାରୁ ବଡ ହିଟ୍ ହୋଇଥିଲା । ଏହା ପ୍ରଥମ ଚଳଚ୍ଚିତ୍ର ଥିଲା ଯାହା ଓଡ଼ିଶା ଏବଂ ବେଙ୍ଗାଲୁରୁର ଥିଏଟରଗୁଡ଼ିକରେ ୧୧୫ ଦିନ ଧରିଚାଲିଥିଲା । ୨୦୧୯ରେ ତାଙ୍କର ସବୁଠାରୁ ମହଙ୍ଗା ଓଡିଆ ଚଳଚ୍ଚିତ୍ର 'ବିଜୁ ବାବୁ' ରିଲିଜ ହୋଇଥଲା, ଯାହା ବକ୍ସ ଅଫିସରେ ଆଶା ଆଶା ଅନୁରୂପ ଭଲ ପ୍ରଦର୍ଶନ କରିପାରି ନଥିଲା ।

ଅନୁଭବ ୨୦୦୫ରେ ଶଙ୍କର ରାୟଙ୍କ ନିର୍ଦ୍ଦେଶନାରେ 'ସାଥୀ ଆମାର' ଚଳଚ୍ଚିତ୍ରରୁ ରଚନା ବାନାର୍ଜୀଙ୍କ ବିପକ୍ଷରେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହା ପରେ ସେ କର୍ତ୍ତବ୍ୟ, ଏରି ନାମ ପ୍ରେମ, ସ୍ୱାର୍ଥପର ପରି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି । 

ଅନଭବଙ୍କୁ ୨୦୦୯ରେ 'ଆକାଶେ କି ରଙ୍ଗ ଲାଗିଲା' ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସେହି ବର୍ଷ 'ଅଭିମନ୍ୟୁ' ଫିଲ୍ମରେ ଭଲ ଅଭିନୟ ପାଇଁ ତାଙ୍କୁ ତରଙ୍ଗ ସିନେ ଆୱାର୍ଡ ମିଳିଥିଲା । ପରବର୍ତ୍ତୀ ବର୍ଷ ଅର୍ଥାତ ୨୦୧୦ରେ ଦିୱାନା ଚଳଚ୍ଚିତ୍ରରେ ତାଙ୍କର ଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ ETV ଓଡ଼ିଆ ଫିଲ୍ମ ଆୱାର୍ଡ ମିଳିଥିଲା । ଏହା ବ୍ୟତୀତ, ୨୦୦୪-୦୫ରେ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ, ୨୦୦୭ରେ କାଳି ଶଙ୍କର ଫିଲ୍ମ ପାଇଁ ଆନନ୍ଦଲୋକ ବେଷ୍ଟ ଆକ୍ସନ ହିରୋ   ଆୱାର୍ଡ, ୨୦୧୧ରେ ବାଲୁଙ୍ଗା ଟୋକା ପାଇଁ ବେଷ୍ଟ୍ ଆକ୍ଟର ତରଙ୍ଗ ସିନେ ଆୱାର୍ଡ, ୨୦୧୨ରେ ସମଥିଂ ସମଥିଂ ଚଳଚ୍ଚିତ୍ର ପାଇଁ ବେଷ୍ଟ୍ ଆକ୍ଟର ତରଙ୍ଗ ସିନେ ଆୱାର୍ଡ, ୨୦୧୩ରେ ହାତ ଧରି ଚାଲୁଥା ପାଇଁ ବେଷ୍ଟ୍ ଆକ୍ଟର ତରଙ୍ଗ ସିନେ ଆୱାର୍ଡ, ୨୦୧୪ରେ ସମଥିଂ ସମଥିଂ 2 ପାଇଁ ବେଷ୍ଟ ଆକ୍ଟର ତରଙ୍ଗ ସିନେ ଆୱାର୍ଡ, ୨୦୧୮ରେ ଅଭୟ  ଚଳଚ୍ଚିତ୍ର ପାଇଁ ଷ୍ଟାର ଏଣ୍ଟରଟେନର ଅଫ୍ ଦି ଇୟର ଆୱାର୍ଡ ମିଳିଥିଲା ।

୨୭ ଅପ୍ରେଲ ୨୦୧୩ ମସିହାରେ ଅନୁଭବ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଜୁନ ମାସ ୨୦୧୪ରେ ରାଜ୍ୟସଭା ସାଂସଦ ରୂପେ ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ପକ୍ଷ୍ୟରୁ ଅନୁଭବ ମହାନ୍ତି ଭାରତୀୟ ଜନତା ପାର୍ଟିର ବୈଜୟନ୍ତ ପଣ୍ଡାଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ । ବର୍ତ୍ତମାନ ଅନୁଭବ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସାଂସଦ ଅଛନ୍ତି । ଜୁନ ୨୦୧୯ରେ BJD ତାଙ୍କୁ ଲୋକସଭାରେ ଦଳର ଡେପୁଟି ଚିପ୍ ହ୍ୱିପ୍ ଭାବେ ନିଯୁକ୍ତ କରିଥିଲା ।