ମୃତ ଯୁବକ ଜଣକ ହେଲେ ମୁକ୍ତିନଗର ଗାଁର ଜିଶାୟ ନାୟକ । ଗତ ୧୮ ତାରିଖରୁ ସେ ନିଖୋଜ ଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Trending Photos
ପ୍ରେମାନନ୍ଦ ପୂଜାରୀ, ମୋହନା: ନିଖୋଜ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର । ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଖାରୀକୁଟି ଗାଁ ନିକଟସ୍ଥ ପାହାଡ଼ ଉପରୁ ଜଣେ ଯୁବକର ଗଳିତ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ମୁକ୍ତିନଗର ଗାଁର ଜିଶାୟ ନାୟକ । ଗତ ୧୮ ତାରିଖରୁ ସେ ନିଖୋଜ ଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଯାହା ଜଣାପଡ଼ିଛି, ପାରିବାରିକ କଳହ କାରଣରୁ ଯୁବକ ଜଣକ ଘରୁ କୁଆଡେ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ଖୋଜ ଖବର ମିଳିନଥିଲା । ତେବେ ଆଜି ସକଳେ ଗାଁର କିଛି ଯୁବକ ପାହାଡ଼ ଉପରେ ଏକ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ଦେଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ମୃତ ଯୁବକ ଜଣକ ମୁକ୍ତିନଗର ଗାଁର ଜିଶାୟ ନାୟକ ବୋଲି ଜଣାପଡ଼ିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି ।