close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜମ୍ମୁ କାଶ୍ମୀରରେ ଗ୍ରେନେଡ ଆକ୍ରମଣ, ୧୦ ଆହତ

ଜମ୍ମୁ କାଶ୍ମୀରରେ ବଡ ଧରଣର ଆତଙ୍କୀ ଆକ୍ରମଣ । ଗ୍ରେନେଡ ମାଡରେ ଦୋହଲିଲା ଶ୍ରୀନଗର । ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକଙ୍କବାଦୀ ଏହି ଆକ୍ରମଣ କରିଥିବା ଜଣାପଡିଛି । 

ଜମ୍ମୁ କାଶ୍ମୀରରେ ଗ୍ରେନେଡ ଆକ୍ରମଣ, ୧୦ ଆହତ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ବଡ ଧରଣର ଆତଙ୍କୀ ଆକ୍ରମଣ । ଗ୍ରେନେଡ ମାଡରେ ଦୋହଲିଲା ଶ୍ରୀନଗର । ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକଙ୍କବାଦୀ ଏହି ଆକ୍ରମଣ କରିଥିବା ଜଣାପଡିଛି । 

ସୂଚନା ମୁତାବକ, ଶ୍ରୀନଗରର ସ୍ଥାନୀୟ ମୌଲାନା ଆଜାଦ ରୋଡର ଏକ ପରିବା ବଜାରରେ ଆତଙ୍କୀ କରିଛନ୍ତି ଏହି ଗ୍ରେନେଡ ଆକ୍ରମଣ । ଘଟଣା ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ଗୁରୁତରଙ୍କୁ ମେଡିକାଲ ପଠାଯାଇଛି । କିଛି ଆହତ ଗୁରୁତର ରହିଛନ୍ତି । 

ତେବେ ଗତ ୧୫ ଦିନ ମଧ୍ୟରେ ଏହା ଆତଙ୍କବାଦୀଙ୍କ ଦ୍ୱିତୀୟ ଗ୍ରେନେଡ ଆକ୍ରମଣ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଘାଟିରେ କ୍ରମାଗତ ଭାବରେ ହମଲା କରୁଛନ୍ତି ଆତଙ୍କବାଦୀ ।