ଭାରତୀୟ ନୌସେନାର ୧୦ଟି ଖାସ କଥା ବିଷୟରେ ଜାଣନ୍ତୁ

ଭାରତୀୟ ନୌସେନାର ଦିବସ  ନୌସେନାର ପ୍ରତିଷ୍ଠା ଦିବସରେ ପାଳନ କରାଯାଏ ନାହିଁ ବରଂ ଡିସେମ୍ୱର ୪ରେ ପାଳନ କରାଯାଏ...କାରଣ ଜାଣନ୍ତୁ

ଭାରତୀୟ ନୌସେନାର ୧୦ଟି ଖାସ କଥା ବିଷୟରେ ଜାଣନ୍ତୁ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଭାରତୀୟ ନୌସେନା ପୃଥିବୀର ସପ୍ତମ ବୃହତ ନୌସେନା । ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ନୌସେନାର ସ୍ଥାନ ୭ ନମ୍ୱର । ସମୁଦ୍ରପଥ ଦେଇ ଦେଶକୁ ଯେପରି କୈଣସି ଶତ୍ରୁ ନ ପଶିପାରନ୍ତୁ ତାହାର ଗୁରୁଦାୟିତ୍ୱ ନୌସେନା ହାତରେ ଥାଏ । ତେବେ ଆଜି ସେହି ମହାନ ସେନାର ୪୫ ତମ ଦିବସ ପାଳନ କରାଯାଇଛି । ଆଜିର ଦିନରେ ଭାରତୀୟ ନୌସେନାର ୧୦ଟି ଆଚମ୍ୱିତ କଲାପରି ସତ ସମ୍ପର୍କରେ ଜାଣନ୍ତୁ... 

ଭାରତୀୟ ନୌସେନାର ପ୍ରକୃତ ନାମ ରୟାଲ ଇଣ୍ଡିଆନ ନେଭୀ । ଆଉ ଭାରତର ଏହି ସୁପ୍ରିମ ଫୋର୍ସ ୧୬୧୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ଏହାର ନୂତନ ନାମକରଣ ଜାନୁୟାରୀ ମାସ ୨୬ତାରିଖ ୧୯୫୦ ମସିହାରେ ହୋଇଥିଲା ।

ସବୁଠୁ ଖାସ୍ କଥା ହେଉଛି ଯେ ଭାରତୀୟ ନୌସେନାର ଦିବସ ନୌସେନାର ପ୍ରତିଷ୍ଠା ଦିବସରେ ପାଳନ କରାଯାଏ ନାହିଁ ବରଂ ବରଂ ଡିସେମ୍ୱର ୪ ତାରିଖ ୧୯୭୧ ମସିହାରେ ଅପରେସନ ଟ୍ରାଇଟେଣ୍ଡର ସଫଳତା ମିଳିବା ପରେ ଆଜିର ଦିନରେ ନୌସେନା ଦିବସ ପାଳନ କରାଯାଇଥାଏ ।  ଆଜିର ଦିନରେ ଭାରତୀୟ ନୌସେନା ଭାରତ ପାକିସ୍ତାନ ଯୁଦ୍ଧ ଚାଲିଥିବାବେଳେ ପାକିସ୍ତାନ କରାଚିରେ ଥିବା ହେଡକ୍ୱାଟର ଉପରେ ଆକ୍ରମଣ କରି ସଫଳତା ପାଇଥିଲା ।  

୧୯୭୧ ମସିହାରେ ପାକିସ୍ତାନ ଭାରତ ପାଇଁ ରଚିଥିବା ଷଡ଼ଯନ୍ତ୍ର ଯାହାକି କ୍ରୁଜ ମିସାଇଲ ଷ୍ଟ୍ରାଇକ ଓ ଏୟାରକ୍ରାଫ୍ଟ ବମ୍ବିଂକୁ ଆଣ୍ଟି ସିପ୍ କ୍ରୁଜ ମିସାଇଲ ଦ୍ୱାରା ପାକିସ୍ତାନର ତେଲ ଟାଙ୍କିକୁ ନଷ୍ଟ କରିଦେଇଥିଲା । ଯାହାକି ସେହି ସମୟରେ ଭାରତ ପାଇଁ ଥିଲା ବିରାଟ ସଫଳତା ।   

୨୦୧୬ ମସିହା ଅନୁସାରେ ଭାରତୀୟ ନୌସେନା ବର୍ତ୍ତମାନ ପୃଥିବୀର ସପ୍ତମ ଶକ୍ତିଶାଳୀ ନୌସେନା । ବର୍ତ୍ତମାନ ଭାରତୀୟ ନୌସେନା ପାଖରେ ୫୮,୦୦୦ କର୍ମଚାରୀ, ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର, ଗୋଟିଏ ଟ୍ରନ୍ସଫର ଡୋକ, ୧୯ଟି ଲ୍ୟାଣ୍ଡିଂ ସିପ୍ ଟ୍ୟାଙ୍କ, ୧୦ ଧ୍ୱଂସକାରୀ ମେସିନ, ଗୋଟିଏ ନ୍ୟୁକ୍ଲିୟର ଆଟାକ ସବମରାଇନ, ୪୭ଟି ପେଟ୍ରୋଲ ଭେସେଲ, ୪ଟି ଫ୍ଲିଟ ଟ୍ୟାଙ୍କର, ଗୋଟିଏ ମିସାଇଲ ସବମରାଇନ ଆଦି ବଳ ଅଛି ।

INS ବିରାଟ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ଏହା ପୃଥିବୀର ସବୁଠାରୁ ପୁରୁଣା କ୍ୟାରିୟର ମଧ୍ୟ । ଦ୍ୱିତୀୟ ଏୟାରକ୍ରାଫ୍ଟ କ୍ୟାରିୟର INS ବିକ୍ରମାଦିତ୍ୟ ଭାରତରେ ନିର୍ମିତ ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ।

ପ୍ରଥମ ବାଲିଷ୍ଟିକ ମିସାଇଲ ସବମରାଇନ

INS ଆରିହାଣ୍ଟ ୬୦୦୦ ଟନ୍ ବିଶିଷ୍ଟ ଭେସେଲ ଯାହାକି ନୌସେନାର ନ୍ୟୁକ୍ଲିୟର ବାଲିଷ୍ଟିକ ମିସାଇଲ ସବମରାଇନ ଅଟେ । 

ସମୁଦ୍ର ସିଂହ

MARCOS ବା ସମୁଦ୍ର କମାଣ୍ଡରଙ୍କୁ ମଗରମାଛ ବୋଲି ମଧ୍ୟ କୁହାଯାଇଥାଏ । ଏମାନେ ନୌସେନାର ସ୍ୱତନ୍ତ୍ର ଟିମ । ଏହି ଟିମ ଉଦ୍ଧାରକାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଆନ୍ତି । ୨୦୦୮ ମସିହାରେ ହୋଇଥିବା ଟେରର ଆଟାକରେ ଏହି ଟିମ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା । 

ସାରା ବିଶ୍ୱରେ କେବଳ ୩ଟି ନାଭାଲ ଏରୋବୋଟିକ ଟିମ ରହିଛି । ସେଥି ମଧ୍ୟରୁ ଗୋଟିଏ ଭାରତ ପାରଖରେ ମଧ୍ୟ ଅଛି । ଯାହାର ନାମ ଇଣ୍ଡିଆନ ନେଭୀ ସରଗନ ପାୱନ ।

ଭାରତୀୟ ନୌସେନା ସଫଳତାର ସହିତ ଭାରତର ଉତ୍ତରମେରୁ ଓ ଦକ୍ଷିଣମେରୁରେ ସଫଳତାର ସହିତ ପରିକ୍ରମା କରିଛି । ୨୦୦୮ ମସିହା ଏପ୍ରିଲ ୯ ତାରିଖରେ ଦଶ ଜଣିଆ ଟିମ ଉତ୍ତରମେରୁରେ ପହଞ୍ଚି ଇତିହାସ ସୃଷ୍ଟି କରିଥିଲା ।