ନୂଆଦିଲ୍ଲୀ: ରାଜସ୍ଥାନ ବିକାନେର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୨୫ରୁ ଉର୍ଦ୍ଧ୍ୱ ଆହତ ହୋଇଛିନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ରାଜସ୍ଥାନ ୧୧ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଶ୍ରୀ ଦୁଙ୍ଗାରଗଡରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରୁ ଯେଉଁ ଚିତ୍ର ଆସିଛି, ଯାହାକୁ ଯେକେହି ଦେଖିଲେ ବି ଛାତି ଥରି ଉଠିବ । ଅତି ଭୟାନକ ଦୁର୍ଘଟଣା । ଘଟଣା ସ୍ଥଳରେ ଝିଟିକି ପଡିଥିଲା ମୃତଦେହ । ଗାଡି ଦୁଇଟିର ବେଗ ଅଧିକ ଥିବା ଅନୁମାନ କରାଯାଉଛି ।
Rajasthan: 10 people killed, 20-25 injured in collision between a bus and truck on National Highway 11 near Shri Dungargarh in Bikaner district pic.twitter.com/Pcfc42xdix
— ANI (@ANI) November 18, 2019
ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଏବଂ ପୋଲିସ ପହଞ୍ଚି ଉଦ୍ଧାର କରିଥିଲେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୮ରୁ ୧୦ ଜଣ ଗୁରୁତର ଥିବା ଜଣାପଡିଛି । କେଉଁ କାରଣରୁ ଏତେବଡ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ କରୁଛି ପୋଲିସ ।