ସକାଳୁ ମୁଣ୍ଡ ବିନ୍ଧାଇଲା କୋରୋନା, ଏକାଥରକେ ୧୦୧ ଆକ୍ରାନ୍ତ ଚିହ୍ନଟ
Advertisement
Article Detail0/zeeodisha/odisha680515

ସକାଳୁ ମୁଣ୍ଡ ବିନ୍ଧାଇଲା କୋରୋନା, ଏକାଥରକେ ୧୦୧ ଆକ୍ରାନ୍ତ ଚିହ୍ନଟ

ବୁଧବାର ସକାଳୁ ରାଜ୍ୟ ସରକାର କୋରୋନାକୁ ନେଇ ଏକ ଚିନ୍ତାଜନକ ଖବର ପ୍ରକାଶ କରିଛନ୍ତି। ରାଜ୍ୟରେ ଏକ ଲମ୍ବା ଡ଼ିଆଁ ମାରିଛି କୋରୋନା ସଂକ୍ରମଣ। ବୁଧବାର ଦିନର ପ୍ରଥମ ବୁଲେଟିନରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ୧୦୧ ଜଣ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଇଛି। ଏହା ମଧ୍ୟରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଛି। କୋରୋନା ସଂକ୍ରମିତ ଜ

ସକାଳୁ ମୁଣ୍ଡ ବିନ୍ଧାଇଲା କୋରୋନା, ଏକାଥରକେ ୧୦୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବୁଧବାର ସକାଳୁ ରାଜ୍ୟ ସରକାର କୋରୋନାକୁ ନେଇ ଏକ ଚିନ୍ତାଜନକ ଖବର ପ୍ରକାଶ କରିଛନ୍ତି। ରାଜ୍ୟରେ ଏକ ଲମ୍ବା ଡ଼ିଆଁ ମାରିଛି କୋରୋନା ସଂକ୍ରମଣ। ବୁଧବାର ଦିନର ପ୍ରଥମ ବୁଲେଟିନରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ୧୦୧ ଜଣ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଇଛି। ଏହା ମଧ୍ୟରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଛି। କୋରୋନା ସଂକ୍ରମିତ ଜିଲ୍ଲା ମଧ୍ୟରେ ଗଞ୍ଜାମ ସବୁଠାରୁ ଶୀର୍ଷରେ ରହିଛି। ସେପଟେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୫୩୮ରେ ପହଞ୍ଚିଛି। 

ସେପଟେ ଗଞ୍ଜାମରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି। ଏକ ସପ୍ତାହ ମଧ୍ୟରେ ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ରେଡ଼ ଜୋନକୁ ଆସିଛି।  ସୁରତ ଫେରନ୍ତା ଜିଲ୍ଲାରେ ପ୍ରବେଶ ପରେ ଏହି ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହି ୧୦୧ ଜଣଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ମୋଟ ୨୧୦ ଜଣ ରହିଛନ୍ତି। ସମସ୍ତେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଏହା ସହିତ କୋରୋନା ସଂକ୍ରମିତ ଜିଲ୍ଲା ତାଲିକା ଶୀର୍ଷରେ ରହିଛି ଗଞ୍ଜାମ। 

ସେହିପରି ବାଲେଶ୍ୱରରେ ୩୩ ସଂକ୍ରମିତ ଆଜି ସାମ୍ନାକୁ ଆସିଛନ୍ତି। ଫଳରେ ବାଲେଶ୍ୱରରେ ମୋଟ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ୯୦ ଜଣଙ୍କ ମଧ୍ୟରୁ ୭୯ ଜଣ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି। ସେହିପରି ଯାଜପୁର ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ଆକ୍ରାନ୍ତ ବାହାରିଥିବା ବେଳେ କେନ୍ଦୁଝରରୁ ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସାମ୍ନାକୁ ଆସିଛି। ଯାଜପୁରରେ ମୋଟ ୭୧ଟି ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୫ଜଣ ଚିକିତ୍ସାଧିନ ରହିଛନ୍ତି। ସେହିପରି କେନ୍ଦୁଝରରେ ଦିନକୁ ଦିନ ଏହିସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। 

 

;