Advertisement
Article Detail0/zeeodisha/odisha663155
Zee OdishaOther News୧୧ ସିଆରପିଏଫ ଯବାନ କୋରୋନା ପଜିଟିଭ

୧୧ ସିଆରପିଏଫ ଯବାନ କୋରୋନା ପଜିଟିଭ

ମୁମ୍ବାଇ ବିମାନ ବନ୍ଦରରେ ନିୟୋଜିତ ଥିଲେ ସମସ୍ତେ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦେଶରେ କାୟାବିସ୍ତାର କରୁଛି କୋରୋନା । ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ରେ ପହଞ୍ଚିଛି । ୧୮୩ ଜଣ ସମ୍ପର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୬୮ ଲୋକଙ୍କ ମୃତ୍ୟୁ ହେଲାଣି । ଗତ ୧୨ ଘଣ୍ଟା ମଧ୍ୟରେ ୩ଶହରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ତେବେ ଏସବୁ ଭିତରେ ଆହୁରି ଚମକାଇଦେଲା ପରି ଖବର ଆସିଛି । ୧୨ ଜଣ ସିଆରପିଏଫ ଜବାନ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । 

ଯାହା ଜଣାପଡ଼ିଛି, ଏହି ଯବାନମାନେ ମହାରାଷ୍ଟ୍ର ମୁମ୍ବାଇ ବିମାନ ବନ୍ଦରର ନିୟୋଜିତ ଥିଲେ । ସେମାନେ କୋରୋନା ପଜିଟିଭ ବୋଲି ସ୍ପଷ୍ଟ ହୋଇଛି । ଆଉ ଏହାକୁ ମିଶାଇ କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୩ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୨ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହେଲାଣି । 

Add Zee News as a Preferred Source
About the Author