Advertisement
Article Detail0/zeeodisha/odisha668567
Zee OdishaOther Newsମୁମ୍ବାଇରେ ବଢୁଛି କୋରୋନା ଚିନ୍ତା, ଧରାଓ୍ୱିରେ ୧୧ଟି ନୂଆ ମାମଲା

ମୁମ୍ବାଇରେ ବଢୁଛି କୋରୋନା ଚିନ୍ତା, ଧରାଓ୍ୱିରେ ୧୧ଟି ନୂଆ ମାମଲା

ମହାରାଷ୍ଟ୍ରରେ ଅନିୟନ୍ତ୍ରିତ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଏହି ସଂଖ୍ୟା ସହିତ ଦେଶରେ ସର୍ବାଧିକ ଆକ୍ରାନ୍ତଙ୍କ ରାଜ୍ୟ ପାଲଟିଛି ମହାରାଷ୍ଟ୍ର। ତେବେ ଗୁରୁବାର ଅପରାହ୍ଣ ୪ଟା ସୁଦ୍ଧା ଏସିଆର ସର୍ବବୃହତ୍ତ ବସ୍ତି ଧରାଓ୍ୱି ଯାହା ମହାର

ମୁମ୍ବାଇରେ ବଢୁଛି କୋରୋନା ଚିନ୍ତା, ଧରାଓ୍ୱିରେ ୧୧ଟି ନୂଆ ମାମଲା

ମୁମ୍ବାଇ: ମହାରାଷ୍ଟ୍ରରେ ଅନିୟନ୍ତ୍ରିତ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଏହି ସଂଖ୍ୟା ସହିତ ଦେଶରେ ସର୍ବାଧିକ ଆକ୍ରାନ୍ତଙ୍କ ରାଜ୍ୟ ପାଲଟିଛି ମହାରାଷ୍ଟ୍ର। ତେବେ ଗୁରୁବାର ଅପରାହ୍ଣ ୪ଟା ସୁଦ୍ଧା ଏସିଆର ସର୍ବବୃହତ୍ତ ବସ୍ତି ଧରାଓ୍ୱି ଯାହା ମହାରାଷ୍ଟ୍ରରେ ରହିଛି, ସେଠାରୁ ୧୧ଟି ନୂଆ ମାମଲା ସାମ୍ନାକୁ ଆସିଥିବା ଜଣାପଡି଼ଛି।  

ଏହି ୧୧ଟି ନୂଆ ମାମଲା ସହିତ ଧରାଓ୍ୱି ବସ୍ତିରୁ ମୋଟ ୭୧ଟି ମାମଲା ସାମ୍ନାକୁ ଆସିଲାଣି। ଏନେଇ ବ୍ରିହାନ ମୁମ୍ବାଇ ମହାନଗରପାଳିକାର ଜଣେ ଅଧିକାରୀ କହିଛନ୍ତି କି, ଏହି ୧୧ଟା ମାମଲାରୁ ୪ଟି ନୂଆ ଧରାଓ୍ୱିର ମୁକୁନ୍ଦ ନଗର ଅଞ୍ଚଳର ହୋଇଥିବା ବେଳେ ସୋସିଆଲ ନଗର ଓ ରାଜୀବ ନଗର ଅଞ୍ଚଳରୁ ଦୁଇ ଜଣ ଲେଖାଏଁ ରହିଛନ୍ତି। ସେହିପରି ସାଇ ରାଜ ନଗର, ଟ୍ରାଞ୍ଜିଟ କ୍ୟାମ୍ପ ଓ ରାମଜୀ ଲାଲ ଇଲାକାର ଜଣେ ଲେଖାଏଁ ରୋଗୀ ରହିଥିବା ସେ ସୂଚନା ଦେଇଛନ୍ତି।  

ସେ ଆହୁର୍ ମଧ୍ୟ କହିଛନ୍ତି କି, ୭୧ଟି ମାମଲା ଧରାଓ୍ୱୀର ମୁକୁନ୍ଦ ନଗର ଅଞ୍ଚଳରୁ ୧୮ଟି ମାମଲା ସାମ୍ନାକୁ ଆସିଛି। ସେହିପରି ସୋସିଆଲ ନଗର ଅଞ୍ଚଳରୁ ୮ଟି ମାମଲା ସାମ୍ନାକୁ ଆସିଥିବା ବେଳେ  ମୁସଲିମ ନଗର ଅଞ୍ଚଳରୁ ୭ଟି ମାମଲା ସାମ୍ନାକୁ ଆସିଛି। ସେହିପରି ଧରାଓ୍ୱି ଅଞ୍ଚଳରୁ ମୋଟ ୮ ଜଣ ରୋଗୀ ମୃତ୍ୟୁ ମୁଖରେ ପଡ଼ି ସାରିଛନ୍ତି। ଧରାଓ୍ୱି ହେଉଛି ସବୁଠାରୁ ବଡ଼ ବସ୍ତି। ଏହି ଜନବହୁଳ ବସ୍ତିରେ ପ୍ରାୟ ୧୫ ଲକ୍ଷ ଲୋକ ବସବାସ କରୁଛନ୍ତି।   

Add Zee News as a Preferred Source

 

About the Author