ଜିପ୍ ଉପରେ ଚଢ଼ିଗଲା ଟ୍ରକ୍, ୧୧ ମୃତ
Advertisement

ଜିପ୍ ଉପରେ ଚଢ଼ିଗଲା ଟ୍ରକ୍, ୧୧ ମୃତ

ରାଜସ୍ଥାନ ଯୋଧପୁର ଜିଲ୍ଲା ଦେଇ ଯାଇଥିବା ବଲୋଟ୍ରା-ଫାଲୋଡ଼ି ରାଜପଥରେ ଏହି ଦୁର୍ଘଟଣା ହୋଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜିପ୍ ଉପରକୁ ଚଢ଼ିଗଲା ଟ୍ରକ । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ରାଜସ୍ଥାନ ଯୋଧପୁର ଜିଲ୍ଲା ଦେଇ ଯାଇଥିବା ବଲୋଟ୍ରା-ଫାଲୋଡ଼ି ରାଜପଥରେ ଏହି ଦୁର୍ଘଟଣା ହୋଇଛି । କୌଣସି କାରଣରୁ ଜିପକୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଜିପ୍ ଉପରକୁ ଟ୍ରକଟି ଚଢ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଗୁରୁତର ଆହତ ହୋଇଛନ୍ତି । 

ସେପଟେ କେଉଁ କାରଣରୁ ଏତେବଡ଼ ଦୁର୍ଘଟଣା ହେଲା, ତାହା ସ୍ପଷ୍ଟ ହୋଇପାରିନାହିଁ । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।  

 ଆହୁରି ପଢ଼ନ୍ତୁ; ମଣିଷ ଶରୀରରେ ସର୍ବାଧିକ କେତେ ଦିନ ବଞ୍ଚିରହେ କରୋନା ଭାଇରସ୍ ?