ଆଜି ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ
Advertisement

ଆଜି ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି ।

ପ୍ରତୀକାତ୍ମକ ଫଟୋ

ବୌଦ୍ଧ: ଆଜି ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା,  ପ୍ରକଳ୍ପ ପାଇଁ ଜମି ହରାଉଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଉଚିତ କ୍ଷତିପୂରଣ ଏବଂ କ୍ୟାମ୍ପ କୋର୍ଟ ସ୍ଥାପନ ଭଳି ୩ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି ।  ଖୋର୍ଦ୍ଧା-ବଲାଙ୍ଗୀର କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ଏହି ବନ୍ଦ ଡାକରା ଦେଇଛି । 

ତେବେ ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । ଜିଲ୍ଲାର ଚାରିଛକ, ପୁରୁଣାକଟକ,  ମାଧପୁର ଏବଂ ମନମୁଣ୍ଡା ଅଞ୍ଚଳରେ ଦୋକାନ ବଜାର ବନ୍ଦ ହୋଇଛି । ସେହିପରି ଗମନାଗମନ ମଧ୍ୟ ଠପ୍ ରହିଛି । କ୍ଷତିଗ୍ରସ୍ଥ ପ୍ରଜା ସଂଗ୍ରାମ ସମିତିର କର୍ମକର୍ତ୍ତା ଏକତ୍ରିତ ହୋଇ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତ ଯେପରି ନ ଉପୁଜେ, ସେଥିପାଇଁ ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 

ତେବେ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । 

ଆହୁରି ପଢ଼ନ୍ତୁ; 'ବଣୁଆ'ଙ୍କ ଜୀବନ ନେଲା ହାତୀ