• ବିହାର ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
  • ବିହାର ନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
  • ସରିଲା ଦୁର୍ଗାପୂଜା, କୋରୋନା କଟକଣା ମଧ୍ୟରେ ଭସାଣୀ ଶେଷ
  • IPL 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ,
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ପିଠାପଟା ପଟରୁ ୨୫ଟି ଓ ଯଶିପୁର କାଳିଆପାଣି ପଟୁ ୩୫ଟି ଗାଡ଼ି ପ୍ରବେଶ କରିପାରିବ
  • ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଡିଜିଟାଲ ରାଲି କରିବେ

ୟୁପିରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ, ୧୨ ମୃତ, ୧୫ ଆହତ

ଉତ୍ତର ପ୍ରଦେଶର ମଉରେ ଗ୍ୟାସ ସିଲିଣ୍ଡରରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଫଳରେ ୨ ମହଲା କୋଠା ଭାଙ୍ଗି ପଡିଛି । ଏଥିରେ ବର୍ତ୍ତମାନ ଯାଏ ୧୨ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ଅନ୍ୟପଟେ କୋଠା ତଳେ ବହୁ ଲୋକ ଦବି ରହିଥିବାର ସୂଚନା ମିଳିଛି ।

ୟୁପିରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ, ୧୨ ମୃତ, ୧୫ ଆହତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଉରେ ଗ୍ୟାସ ସିଲିଣ୍ଡରରେ ହୋଇଛି ବଡ଼ ଧରଣର ବିସ୍ଫୋରଣ । ଫଳରେ ୨ ମହଲା କୋଠା ଭାଙ୍ଗି ପଡିଛି । ଏଥିରେ ବର୍ତ୍ତମାନ ଯାଏ ୧୨ ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ଅନ୍ୟପଟେ କୋଠା ତଳେ ବହୁ ଲୋକ ଦବି ରହିଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ସୋମବାର ମୋହମ୍ମଦାବାଦ ସ୍ଥିତ ବଲିଦପୁର ଗାଁରେ ଏହି ବିସ୍ଫୋରଣ ଘଟିଛି. ଯାହା ପରେ ୨ ମହଲା କୋଠା ଭାଙ୍ଗି ପଡିଥିଲା। ହଠାତ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟପକ୍ଷେ କୋଠା ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଦୁର୍ଘଟଣାର ସୂଚନା ପାଇଁ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ଘଟଣା ସ୍ଥଳରେ ପ୍ରଶାସନର ଏକ ଟିମ ମଧ୍ୟ ପହଞ୍ଚିଛି । ଏହି ବିସ୍ଫୋରଣରେ ବର୍ତ୍ତମାନ ଯାଏ ୧୫ ଜଣ ଆହତ ହୋଇଛନ୍ତି ବୋଲି ଜଣାପଡିଛି । କେମିତି ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିଛି, ତାହାର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ ।  ମାମଲାର ତଦନ୍ତ ଜାରି ରହିଛି । ଘଟଣାର ସଂପୂର୍ଣ୍ଣ ବିବରଣୀ ଆସିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ । 

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ସଂଜ୍ଞାନ ନେଇଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି ।ଏହାସହ ଆହତଙ୍କ ପାଇଁ ତତ୍କାଳ ଚିକିତ୍ସା ବ୍ୟବସ୍ଥା ଯୋଗାଇବାକୁ ଆଦେଶ ଦେଇଛନ୍ତି । ସେ କହିଛନ୍ତ ଯେ, ଏହି ଦୁର୍ଘଟଣାରେ ଆହତଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରାଯିବ । ଜିଲ୍ଲା ପ୍ରଶାସନର ଅଧିକାରୀ ତତ୍କାଳ ସେମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦିଅନ୍ତୁ ବୋଲି ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।