ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ
Advertisement

ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ

ବିସ୍ମୟ ବାଳକ ଆୟୁଷ

ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ

ରଘୁନାଥ ସାହୁ, ଅନୁଗୁଳ: ବୟସ ମାତ୍ର ୧୨ । ହେଲେ କାମ ବଡ ବଡଙ୍କର ଛୋଟ କରିଦେବା ଭଳି । ପରିପକ୍ଵ ବୟସରେ ଲୋକ ଯାହା କରିବା ପାଇଁ ଚିନ୍ତା କରି ପାରୁ ନାହାନ୍ତି ଏହି କମ ବୟସର ବାଳକ ତାହା କରି ଦେଖାଇ ଦେଇଛି । ଏ ହେଉଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କୁଡ଼ାନାଳୀ ଗାଁର ଆୟୁଷ ରଞ୍ଜନ ରାଉତ । ଯେ କି ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ନିଜ ଗାଁର ଏକ ନାଳ ଉପରେ ବ୍ରିଜ ନିର୍ମାଣ କରାଇ ବେଶ ପ୍ରଶଂସା ସାଉନ୍ତିଥିଲେ ,ଏବେ ୱେବ ଡିଜାଇନ ସହ କିଛି ସାମାଜିକ ଗଣମାଧ୍ୟମ ସାଇଟ ଖୋଲି ସାରିଲେଣି । 

ଗାଁ ରାସ୍ତାରେ ଥିବା ଏକ ନାଳ ଗ୍ରାମବାସୀଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଥିଲା । ଦିନେ ବାପା ବଜାରରୁ ଫେରିବା ବେଳକୁ ନାଳର ବଢିଲା ପାଣିରେ ପାର ହେବା ବେଳେ  ଜଳସ୍ରୋତ ତାଙ୍କୁ ଟାଣି ନେଲା । କୌଣସି ପ୍ରକାରେ ଜୀବନ ବଞ୍ଚାଇ ଘରେ ପହଞ୍ଚିଲେ । ଘରେ ସବୁ କଥା କହିବା ବେଳକୁ ଟିଭିରେ ଖବର ଚାଲିଥାଏ, ମୁଖ୍ୟମନ୍ତ୍ରୀ ଏକ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ କରୁଛନ୍ତି । ସାତ ବର୍ଷର ପୁଅ ପ୍ରତ୍ୟୁଷ ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଗାଁର ନାଳ ଉପରେ ସେତୁଟିଏ ତିଆରି କରିଦେବା ପାଇଁ ଚିଠି ଲେଖିଥିଲା । କିଛି ଦିନ ପରେ ରାଜ୍ୟପାଳ ଓ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା । ପିଲାଟିର ଚିଠି ବଳରେ ତିଆରି ହେଲା ନହୁରାଣୀ ନାଳ ଉପରେ ପୋଲ, ଯାହାକି ସମ୍ବଲପୁର ଜିଲାର ସୀମାନ୍ତରେ ଥିବା ଗାଁରୁ ଅନୁଗୁଳ ଜିଲା ସୀମାନ୍ତକୁ ସଂଯୋଗ କଲା ।
ସେହି ବାଳକଟି ହେଉଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କୁଡ଼ାନାଳୀ ଗାଁର ଆୟୁଷ ରଞ୍ଜନ ରାଉତ। ନିଜ ପ୍ରଚେଷ୍ଟାରେ ଗ୍ରାମବାସୀଙ୍କ ପାଇଁ ପୋଲ ତିଆରି କରାଇ ପାରିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସେ ବେଶ ପ୍ରଶଂସିତ । ତେବେ ବାଳକ ଆୟୁଷ ଆଜି କେବଳ ଗାଁ ନାଳରେ ପୋଲ ପାଇଁ ଚେଷ୍ଟା କରି ପ୍ରଶଂସିତ ତ ନୁହେଁ ସେ ୧୨ ବର୍ଷ ବୟସରେ ଏ ପର୍ଯ୍ୟନ୍ତ ୮ଟି ୱେବ୍‌ସାଇଟ ଡିଜାଇନ କରିସାରିଛନ୍ତି । କୁଡ଼ାନାଳୀର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୨ ବର୍ଷର ପୁଅ ଆୟୁଷ ସମ୍ପ୍ରତି ଦେବଗଡ଼ ସରସ୍ୱତୀ ଶିଶୁମନ୍ଦିରରେ ସପ୍ତମ ଶ୍ରେଣୀର ଛାତ୍ର । ଆୟୁଷ ବିନା ପ୍ରଶିକ୍ଷଣ ବା ତାଲିମରେ ‘ଫେସବୁକ୍‌’ ଭଳି ଏକ ସାମାଜିକ ଗଣମାଧ୍ୟମ ସାଇଟ ଖୋଲିଛନ୍ତି, ଯାହାକୁ ସେ ନାଁ ଦେଇଛନ୍ତି ‘ରାଉଟର’। ତା ଛଡ଼ା ସେ ହ୍ୱାଟ୍‌ସଆପ ଭଳି ଏକ ଚାଟ୍‌ ଆପ୍‌ ବିକଶିତ କରିଛନ୍ତି, ଯାହାର ନାଁ ରଖିଛନ୍ତି ‘ବିନ୍ଦାସ’ । ଆଗକୁ ନିଜ ଗାଁ କୁଡ଼ାନାଳୀରେ ଆଇବିଏମ୍‌ ପରି ଡାଟା ସେଣ୍ଟର ତିଆରି କରିବାର ସ୍ୱପ୍ନ ଦେଖିଛନ୍ତି। 

 fallbackଆୟୁଷକୁ ଯେତେବେଳେ ୮ ବର୍ଷ ହୋଇଥିଲା, ବାପା କୌଣସି ପ୍ରସଙ୍ଗକୁ ନେଇ ବିବ୍ରତ ଥିବା ସେ ଦେଖିବାକୁ ପାଇଲେ । ବାପାଙ୍କୁ ପଚାରିବାରୁ ୱେବ୍‌ସାଇଟ୍‌ ଡାଉନ୍‌ ଥିବାରୁ କାମ ହୋଇପାରୁନି ବୋଲି ସେ କହିଲେ । ସେତେବେଳେ ଆୟୁଷକୁ ୱେବ୍‌ସାଇଟ୍‌, ଡଟ୍‌ କମ୍‌, ଡଟ୍‌ ଇନ୍‌ ଆଦି ବିଷୟରେ ଜଣା ନ ଥିଲା । ବାପାଙ୍କଠାରୁ ଏ ବିଷୟରେ କିଛି କଥା ଜାଣିବା ପରେ ଆୟୁଷ ୟୁଟ୍ୟୁବ୍‌ରେ ଖୋଜିବା ଆରମ୍ଭ କଲେ- ୱେବ୍‌ସାଇଟ୍‌ କେମିତି ତିଆରି କରିବା (ହାଓ ଟୁ ମେକ୍‌ ୱେବ୍‌ସାଇଟ)। ଦୀର୍ଘ ୩ ବର୍ଷ ଧରି ଗୁଗୁଲ୍‌ ଓ ୟୁଟ୍ୟୁବ୍‌ରୁ ଜ୍ଞାନ ସଂଗ୍ରହ କରିବା ପରେ ୨୦୧୮ରେ ଆଦ୍ୟାଶା ନ୍ୟୁଜ୍‌ମ୍ୟାନ ଡଟ୍‌ ଇନ୍ ନାମରେ ନ୍ୟୁଜ୍‌ ପୋର୍ଟାଲ ୱେବ୍‌ସାଇଟ୍‌ ତିଆରି କରନ୍ତି, ଯାହାକି ବାପାଙ୍କ ସାମ୍ବାଦିକତାକୁ ଅଧିକ ପ୍ରଭାବୀ କରାଏ । ସେ ଭବିଷ୍ୟତରେ ଜଣେ ସଫ୍ଟୱେର ବିଶେଷଜ୍ଞ ଓ ଆଇଏଏସ ହୋଇ ଦେଶର ସେବା କରିବାକୁ ଲକ୍ଷ ମଧ୍ୟ ରଖିଛନ୍ତି । ଆୟୁଷ ଗତ ସେପ୍ଟେମ୍ବର ମାସରେ ପରିବାର ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଥିଲେ । ରାଜ୍ୟପାଳ ସବୁ ବିଷୟ ଜାଣିବା ପରେ ଆୟୁଷଙ୍କୁ କୁଣ୍ଢେଇ ପକାଇଥିଲେ । ବାର ବର୍ଷର ବିସ୍ମୟ ବାଳକ ଆୟୁଷଙ୍କ ଅଧ୍ୟୟନ, ଗବେଷଣା, ସନ୍ଧାନ, ପ୍ରୟୋଗ ପାଇଁ ବାପା ମା ସବୁବେଳେ ପ୍ରୋତ୍ସାହିତ ମଧ୍ୟ କରନ୍ତି । 

 ନିଜ ଦୁର୍ଗମ ଗାଁ କୁଡ଼ାନାଳୀକୁ ବିଶ୍ୱସ୍ତରରେ ପରିଚିତ କରିବାର ଲକ୍ଷ୍ୟ ରଖିଥିବା ଆୟୁଷ ଗୋଟିକ ପରେ ଗୋଟିଏ ୱେବ୍‌ସାଇଟ୍‌ ବିକଶିତ କରି ତାହାର ଡାଟା ଫିଡ଼୍‌ କରିବା କାମ ଜାରି ରଖିଥିଲେ ହେଁ ପାଠରେ କଦାପି ଅବହେଳା କରନ୍ତି ନାହିଁ । ଏତେ ଅଳ୍ପ ବୟସରେ ଏତେ ଗୁଡିଏ ସଫଳତା ପାଇଥିବାରୁ ସେ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି ।