ହରିୟାଣାରେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ
Advertisement

ହରିୟାଣାରେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

ହାଇଦ୍ରାବାଦ ଓ ଉନ୍ନାଓ ଗଣଦୁଷ୍କର୍ମ ପରେ ଏବେ ହରିୟାଣାରେ ପୁଣି ଗଣଦୁଷ୍କର୍ମ 

ସୌଜନ୍ୟ: ସୋସିଆଲ ମିଡିଆ

ହରିୟାଣା: ଥମିବାର ନାଁ ନେଉନି ଲଜ୍ଜା । ହାଇଦ୍ରାବାଦ ଓ ଉନ୍ନାଓ ଗଣଦୁଷ୍କର୍ମ ପରେ ଏବେ ହରିୟାଣାରେ ପୁଣି ଗଣଦୁଷ୍କର୍ମ । ଘଟଣା ଘଟିଛି କରନାଲର ହରିୟାଣାରେ । ବୁଧବାର ୧୨ ବର୍ଷର ନାବାଳିକାକୁ ୪ଜଣ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ୪ ଜଣ ଦୁବୃର୍ତ୍ତକୁ ହେପାଜତକୁ ନେଇଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । 

fallback

ସେପଟେ ବୁଧବାର ମଧ୍ୟପ୍ରଦେଶର ଭୋପାଲରେ ତାନ୍ତ୍ରୀକ ଦ୍ୱାରା ମହିଳାଙ୍କୁ ଟ୍ରିପଲ ଦେବା ପରେ ଦୁଷ୍କର୍ମ କରାଯାଇଛି । ଦୁଇ ଜଣକୁ ଗିରଫ କରାଯାଇ ଜେଲକୁ ପଠାଯିବା ସହିତ କୋର୍ଟରେ ହାଜର କରାଯିବ ବୋଲି କହିଛନ୍ତି ଭୋପାଳ ସିଟି ସୁପରିଟେଣ୍ଡେଣ୍ଟ ଅଲିମ ଖାନ ।

fallback
ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ସାରା ଦେଶ ନ୍ୟାୟ ପାଇଁ ନାରା ଦେଇଥିବା ବେଳେ ହାଇଦ୍ରାବାଦ ପୋଲିସ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା । ସେପଟେ ନିର୍ଭୟା ହତ୍ୟାକାରୀଙ୍କ ପାଇଁ ଫାଶି ଦଉଡ଼ି ପ୍ରସ୍ତୁତ ହେଉଥିବା ବେଳେ ଲଜ୍ଜା ଥମିବାର ନାଁ ନେଉନି ।