ବୌଦ୍ଧକୁ ଫେରିଲେ ୧୨୦ ଜଣ ପ୍ରବାସୀ ଓଡିଆ
Advertisement
Article Detail0/zeeodisha/odisha676416

ବୌଦ୍ଧକୁ ଫେରିଲେ ୧୨୦ ଜଣ ପ୍ରବାସୀ ଓଡିଆ

ଓଡ଼ିଶା ଫେରୁଛନ୍ତି ପ୍ରବାସୀ

ବୌଦ୍ଧକୁ ଫେରିଲେ ୧୨୦ ଜଣ ପ୍ରବାସୀ ଓଡିଆ

ହିମାଂଶୁ ଶେଖର ସାହୁ, ବୌଦ୍ଧ: ମହାମାରୀ କୋରୋନା ମୁକାବିଲା ପାଇଁ ସାରାଦେଶରେ ଲକଡାଉନ ସ୍ଥିତି । ଫଳରେ ବାହାର ରାଜ୍ୟରେ ଫସି ରହିଛନ୍ତି ପ୍ରବାସୀ ଓଡିଆ । ସେମାନଙ୍କୁ ନିଜନିଜ ଅଞ୍ଚଳକୁ ଅଣିବା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ରାଜ୍ୟ ବାହାରୁ ପ୍ରବାସୀ ଓଡିଆଙ୍କ ଫେରିବା ଧାରା ଆରମ୍ଭ ହୋଇଛି ।

ବର୍ତ୍ତମାନ ବୌଦ୍ଧ ଜିଲ୍ଲାଦେଇ ୨୫୦ଟି ବସରେ ପ୍ରବାସୀ ଓଡିଆ ବାହାର ରାଜ୍ୟରୁ ଫେରୁଛନ୍ତି। ଗତ ଦୁଇଦିନରେ ବୌଦ୍ଧକୁ ଫେରିଛନ୍ତି ୧୨୦ ଜଣ ପ୍ରବାସୀ ଓଡିଆ । ବିଶେଷ କରି ସୁରଟରୁ ଗୋଟିଏ ବସରେ ପ୍ରବାସୀ ଓଡିଆ ଜିଲ୍ଲାରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ସତର୍କତାର ସହିତ ପ୍ରବାସୀଙ୍କୁ ସ୍ୱତନ୍ତ୍ର ବସ ଜରିଆରେ ନିଜନିଜ ବ୍ଲକ ଅଞ୍ଚଳକୁ ପଠାଇଦେଇଛି । 

ସେହିକ୍ରମରେ ଆଜି ହରଭଙ୍ଗା ବ୍ଲକକୁ ଫେରିଛନ୍ତି ୪୬ ଜଣ ପ୍ରବାସୀ ଓଡିଆ । ବ୍ଲକ ସଦର ମହକୁମା ଠିଡିକାଯୋରଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସେମାନଙ୍କୁ ରଖାଯାଇଛି । ସେହିପରି କେରଳରୁ ମଧ୍ୟ ଆସିଥିବା କିଛି ପ୍ରବାସୀ ଓଡିଆଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କ୍ୱାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିଲା ପରେ ନିଜନିଜ ପଞ୍ଚାୟତକୁ ଯିବେ ପ୍ରବାସୀ ଓଡିଆ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । 

ସେହିପରି ବୌଦ୍ଧ ଓ କଣ୍ଟାମାଳ ବ୍ଲକକୁ ମଧ୍ୟ ପ୍ରବାସୀ ଓଡିଆ ଫେରିଛନ୍ତି । ଆଗକୁ ଆହୁରୀ ପଞ୍ଜିକୃତ ପ୍ରବାସୀ ଓଡିଆମାନେ ଜିଲ୍ଲାକୁ ଫେରିବାକୁ ଥିବାରୁ ପ୍ରଶାସନ ତପ୍ତର ହେବା ସହିତ କ୍ୱାରେଣ୍ଟାଇନରେ ନିୟମ ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।

;