ଗତ ୨୪ ଘଣ୍ଟା ମଧ୍ୟରେ ଏହି ନୂଆ ମାମଲା ସବୁ ସାମ୍ନାକୁ ଆସିଛି ।
Trending Photos
)
ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF)ର ୧୩ ଯବାନ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ଏହି ନୂଆ ମାମଲା ସବୁ ସାମ୍ନାକୁ ଆସିଛି । ଆଉ ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪୮ CISF ଯବାନ କୋରୋନାରେ ଆକ୍ରାନ୍ତ ହେଲେଣି । CISF ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି ।
13 more Central Industrial Security Force (CISF) personnel tested positive for #COVID19 in last 24 hours; 48 CISF personnel have tested COVID19 positive till date: CISF
— ANI (@ANI) May 9, 2020
ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଛୁଇଁବାକୁ ବସିଲାଣି । ସେହିପରି ମୃତ୍ୟୁ ସଂଖ୍ୟା ୨ ହଜାରର ନିକଟତର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୦ଟି ମାମଲା ସାମ୍ନାକୁ ଆସିଛି । ସେହିପରି ୯୫ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଦେଶରେ ଏପର୍ଯ୍ୟନ୍ତ ୫୯୬୬୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୧୭୮୪୭ ଜଣ ସୁସ୍ଥ ହୋଇଛନ୍ତି । ୧୯୮୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଆଉ ୩୯୮୩୪ଟି ମାମଲା ସକ୍ରିୟ ରହିଛି । ତେବେ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ଦେଖିବାକୁ ମିଳିଛି । ଏବେ ଏହାକୁ ନିୟନ୍ତ୍ରଣକୁ ଆଣିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।