ଖରାପ ପାଗ, ୧୫ ଟ୍ରେନ ବିଳମ୍ବ
Advertisement

ଖରାପ ପାଗ, ୧୫ ଟ୍ରେନ ବିଳମ୍ବ

ଉତ୍ତର ଭାରତରେ ଜାରି ରହିଛି ଖରାପ ପାଗ ସମସ୍ୟା । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଜାରି ରହିଛି ଖରାପ ପାଗ ସମସ୍ୟା । ପ୍ରବଳ କୁହୁଡ଼ି ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେଉଛି । ବିଶେଷକରି ବିମାନ ଏବଂ ଟ୍ରେନ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ୁଛି । ଆଜି ଉତ୍ତର ରେଳପଥର ୧୫ ଟ୍ରେନ ବିଳମ୍ବରେ ଚାଲୁଥିବା ରେଳ ବିଭାଗ ପକ୍ଷରୁ ଜଣାପଡ଼ିଛି । 

ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ର ବଢିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ପୂର୍ବ ଗୁରୁବାର ପରେ ଆଜି ମଧ୍ୟ ପୁଣି ବାୟୁର ଗୁଣବତ୍ତା ଖରାପ ହୋଇଛି । ବାରମ୍ବାର ପାଗରେ ପରିବର୍ତ୍ତନ ଏହାର କାରଣ ହୋଇପାରେ। ଗୋଟିଏ ପଟେ ଥଣ୍ଡା ଓ  କୁହୁଡି ହେଉଥିବା ବେଳେ  ବିଭିନ୍ୟ ସ୍ଥାନରେ ଧୁଆଁ  ଓ ଧୂଳିକଣା ଯୋଗୁଁ ବାୟୁ ଖରାପ ହେଉଛି।

ଅନେକ ଜାଗାରେ ଲୋକମାନେ ଶିତରୁ ବର୍ତ୍ତିବା ପାଇଁ ନିଆଁ ଲଗାଉଛନ୍ତି ।  ନିର୍ମାଣ ଧୀନ କୋଠା , ରାସ୍ତାରୁ ଧୂଳି ଆସୁଛି । ଆବର୍ଜନାରୁ ଆସୁଥିବା ଧୁଆଁ , ଗାଡି ଧୁଆଁ ଆଦି ଯୋଗୁଁ ବାୟୁ ପ୍ରଦୂଷଣ ହେଉଛି । ବାରମ୍ବାର sc କହିବା ସ୍ଵତ୍ତ୍ୱେ ଦିଲ୍ଲୀ ପ୍ରଦୂଷଣ ନ କମିବ ସମସ୍ତଙ୍କ ଚିନ୍ତାର ବିଷୟ ହୋଇଛି ।

ବାୟୁ ଖରାପ ହେବା ଯୋଗୁଁ ଦିଲ୍ଲୀରେ ପର୍ଯ୍ୟଟନ ସଂଖ୍ୟା ମଧ୍ୟ କମୁଛି । ଆଜି ସକାଳେ ଅନେକ  ସ୍ଥାନରେ  air index 300 ରୁ ଅଧିକ ରହିଛି । ଆସନ୍ତା ସପ୍ତାହରେ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଯଦି ବର୍ଷା ହୁଏ ତାହେଲେ ପ୍ରଦୂଷଣର ମାତ୍ରା କମିପାରେ ।

ଆହୁରି ପଢ଼ନ୍ତୁ; ମାଡ଼ି ଆସୁଛି ମୃତ୍ୟୁ । ୨୨ ସକାଳକୁ ଅପେକ୍ଷା । ନିର୍ଭୟା ଦୁଷ୍କର୍ମକାରୀ ଆଜି ଭୟରେ ଜର୍ଜରିତ । ଏଠି ମୃତ୍ୟୁ କହିକି ଆସୁଛି । ସମୟ ବି ଦେଇଛି । ଜିଲ୍ଲା କୋର୍ଟ, ହାଇକୋର୍ଟ, ସୁପ୍ରିମକୋର୍ଟ, ସମସ୍ତେ ମୃତ୍ୟୁ ଦଣ୍ଡକୁ କାଏମ ରଖିଛନ୍ତି । ୪ ନର ରାକ୍ଷାସଙ୍କ ରିଭ୍ୟୁ ପିଟିସନ ଖାରଜ ହୋଇଛି । ରାଜକ୍ଷମା ବି ମିଳିଲାନି । ତଥାପି ବି ବଞ୍ଚିଛି ଆଶା । ସେହି ଆଶା ପୁଣି ବଞ୍ଚିବାର।।।