ଶାସନର ୧୫ ବର୍ଷ: ନୀତିଶ ସରକାରଙ୍କୁ ଲାଲୁ-ରାବଡିଙ୍କ କଟାକ୍ଷ

ଲକ ଡାଉନ ବେଳେ ମଧ୍ୟ କମିନାହିଁ ରାଜନୈତିକ ତାତି | ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଆରୋପ-ପ୍ରତ୍ୟାରୋପରେ ମାତିଛନ୍ତି କ୍ଷମତାସୀନ ଶାସକ ଦଳ ଏବଂ ବିରୋଧି | ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ବିହାରରେ | ଯେଉଁଠି ରାଜ୍ୟରେ କ୍ଷମତାସୀନ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହା

 ଶାସନର ୧୫ ବର୍ଷ: ନୀତିଶ ସରକାରଙ୍କୁ ଲାଲୁ-ରାବଡିଙ୍କ କଟାକ୍ଷ

ପାଟନା: ଲକ ଡାଉନ ବେଳେ ମଧ୍ୟ କମିନାହିଁ ରାଜନୈତିକ ତାତି | ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଆରୋପ-ପ୍ରତ୍ୟାରୋପରେ ମାତିଛନ୍ତି କ୍ଷମତାସୀନ ଶାସକ ଦଳ ଏବଂ ବିରୋଧି | ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ବିହାରରେ | ଯେଉଁଠି ରାଜ୍ୟରେ କ୍ଷମତାସୀନ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ |   
ବର୍ଷ ୨୦୦୫ରୁ ଲଗାତାର ଭାବେ ୧୫ ବର୍ଷ ଧରି ବିହାରରରେ କ୍ଷମତାସୀନ ରହିଛି ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଏବଂ ମେଣ୍ଟ ସହଯୋଗୀ ଭାରତୀୟ ଜନତା ପାର୍ଟି(ବିଜେପି)କୁ ନେଇ ଗଠିତ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ସରକାର | ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ଉଭୟ ଦଳ | ମାତ୍ର ପୁନର୍ବାର ବର୍ଷ ୨୦୧୭ ପୁଣି ସାଥି ହୋଇଯାଇଥିଲେ ଜେଡିୟୁ ଏବଂ ବିଜେପି |  

ବିହାରରେ କ୍ଷମତାସୀନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ସରକାର ୧୫ ବର୍ଷର କାର୍ଯ୍ୟକୁ ନେଇ ଟାର୍ଗେଟ କରିଛି ଆରଜେଡି | ଏ ପ୍ରସଙ୍ଗରେ ଦଳୀୟ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏକ କାର୍ଟୁନ ପୋଷ୍ଟ କରିବା ସହ ମୁଖ୍ୟମନ୍ତ୍ର ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଲେଖିଛନ୍ତି, "ରାଜ୍ୟରେ ୧୫ ବର୍ଷର ଢୋଲ ପଡିରହିଛି | ଏହାକୁ ଜୋରରେ ପିଟ ଏବଂ ନିଜର ସଫଳତା ବାବଦରେ ଲୋକଙ୍କୁ ଜଣାଅ | ପଳାୟନ, ବେରୋଜଗାରୀ, ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି, ମୁଜ୍ଜାଫରପୁର ଘଟଣା, ସୃଜନ ସମେତ ୫୫ଟି ଘୋଟାଲା, ଜାପାନୀ ଏନସେଫାଲାଇଟ୍ସ, ବନ୍ୟା ଜଳ ଜମା ହେବା, ନିର୍ବାଚନରେ ଜନାଦେଶ ଲୁଟ କରିବା " ଭଳି ପ୍ରସଙ୍ଗ ଉଠାଇଛନ୍ତି |

ବହୁଚର୍ଚ୍ଚିତ ୧୯୯୦ ଦଶକରେ ହୋଇଥିବା ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ସଜ୍ଜା କାଟୁଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ | ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ରାଞ୍ଚିର ରିମ୍ସରେ ଭର୍ତ୍ତି ହୋଇଛନ୍ତି ସେ | ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ଲୁଟପାଟ କରିବା ଅନ୍ୟ କିଛି କରିନଥିବା ନେଇ କଟାକ୍ଷ କରିଛନ୍ତି | ଏପରିକି ତାଙ୍କୁ ରାଜସ୍ଥାନୀ ମେୱାଲଲ ବୋଲି କହିବା ସହ ବିହାର ପଳାୟନ କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି |