କୋରୋନା ମୁକାବିଲା: ବୌଦ୍ଧରେ ୧୫୦ ବେଡ଼ ପ୍ରସ୍ତୁତ
Advertisement
Article Detail0/zeeodisha/odisha661706

କୋରୋନା ମୁକାବିଲା: ବୌଦ୍ଧରେ ୧୫୦ ବେଡ଼ ପ୍ରସ୍ତୁତ

ବାହାର ରାଜ୍ୟରୁ ଆସିଥିବା ୧୦୨୬ ଜଣଙ୍କୁ ହୋମ୍ କ୍ୱୋରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ହିମାଂଶୁ ଶେଖର ସାହୁ, ବୌଦ୍ଧ: କୋରୋନାର ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ତତ୍ପର ହେବା ସହିତ ଜିଲ୍ଲାରେ ଚିହ୍ନଟ କରାଯାଇଥିବା ବିଭିନ୍ନ କ୍ୱୋରେଣ୍ଟାଇନ ସେଣ୍ଟର ପ୍ରସ୍ତୁତି ପ୍ରାୟ ସରିବାକୁ ବସିଲାଣି । ଆଜି ଜିଲ୍ଳାପାଳ ଖୋଦ୍ ଏହାର ସମୀକ୍ଷା କରିବା ପାଇଁ ଚିହ୍ନଟ କରାଯାଇଥିବା ପୁରୁଣା ଜେଲ୍ ପହଞ୍ଚିଥିଲେ । ପୁରୁଣା ଜେଲ୍ ଏବଂ ଦୁଇଟି ସରକାରୀ ବିଦ୍ୟାଳୟକୁ ମିଶାଇ ୧୫୦ବେଡ଼୍ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଆବଶ୍ୟକ ପଡ଼ିଲେ ବୌଦ୍ଧ ପଞ୍ଚାୟତ କଲେଜ, ମଡ଼େଲ୍ ଡ଼ିଗ୍ରୀ କଲେଜ୍‌, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ କୋଠାକୁ କ୍ୱୋରେଣ୍ଟାଇନ ସେଣ୍ଟରରେ ପରିଣତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ବାହାର ରାଜ୍ୟରୁ ଆସିଥିବା ୧୦୨୬ ଜଣଙ୍କୁ ହୋମ୍ କ୍ୱୋରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେହିପରି ବିଦେଶ ଫେରନ୍ତା ୧୧ଜଣଙ୍କର ହୋମ୍ କ୍ୱୋରେଣ୍ଟାନ୍ ସମୟ ସୀମା ସରିଆସିଲାଣି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିବା ଜିଲ୍ଳପାଳ ଲଳାଟେନ୍ଦୁ ମିଶ୍ର କହିଛନ୍ତି ।

ଅପଡେଟ ଖବର-

  • ବିହାରରେ ୫ ନୂଆ ମାମଲା ସାମନାକୁ ଆସିଛି । 
  • ଦିଲ୍ଲୀ ପୋଲିସ ତବଲିଗୀ ଜାମାତରେ ଏଫଆଇଆର ପଞ୍ଜିକରଣ କରିଛି । ମୌଲାନା ସମେତ ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । 
  • ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୬ ହଜାରକୁ ବୃଦ୍ଧି ପାଇଛି । ସେହିପରି ୪୨ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି । 
  • କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାରରେ ପହଞ୍ଚିଛି । 
;