)
ନୂଆଦିଲ୍ଲୀ: ଦେଶରେ କାୟାବିସ୍ତାର କରୁଛି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ମୃତ୍ୟୁ ସାମ୍ନାକୁ ଆସିଛି । ଯାହାକି ଚିନ୍ତାର କାରଣ ପାଲଟିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୬୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୫୪୩ ନୂଆ ମାମଲା ସାମ୍ନାକୁ ଆସିଛି ।
ତେବେ ଏହାକୁ ମିଶାଇ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪୩୫ ଛୁଇଁଛି । ଅର୍ଥାତ ୩୦ ହଜାର ପାର୍ କରିବାକୁ ବସିଲାଣି କୋରୋନା । ସେହିପରି ମୃତକଙ୍କ ସଂଖ୍ୟା ୯୩୪ରେ ପହଞ୍ଚିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପର୍ଯ୍ୟନ୍ତ ୬୮୬୯ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।
62 deaths and 1543 new cases in last 24 hours due to #Coronavirus, the sharpest ever increase in death cases in India. https://t.co/CjUd1Vg2Zu
— ANI (@ANI) April 28, 2020
ତେବେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କେବଳ ୫୨୨ ନୂଆ ମାମଲା ଆସିଥିବା ଜଣପଡ଼ିଛି । ଏହି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯୦ ଛୁଇଁଲାଣି । ସେହିପରି ମୃତ୍ୟୁ ସଂଖ୍ୟା ୩୬୯ରେ ପହଞ୍ଚିଛି । ତେବେ ମହାରାଷ୍ଟ୍ର ପାଇଁ ଆଶ୍ୱସ୍ତିକର ଖବର ଏହା ଯେ, ଏପର୍ଯ୍ୟନ୍ତ ୧୨୮୨ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି ।