close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାରତ-ଜର୍ମାନୀ ମଧ୍ୟରେ ସ୍ୱାକ୍ଷରିତ ହେଲା ୧୭ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି

ଭାରତ ଆସି ପହଞ୍ଚିଛନ୍ତି ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲ । ଶୁକ୍ରବାର ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବେଳେ ଆତଙ୍କବାଦୀ ବିରୋଧ ଲଢେଇରେ ପରସ୍ପରର ସାଥ୍ ଦେବା କଥା କହିଛନ୍ତି । ଏହି ସାକ୍ଷାତ ବେଳେ ଭାରତ ଓ ଜର୍ମାନୀ ମଧ୍ୟରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚୁକ୍ତି ସ୍ୱାକ୍ଷର ହୋଇଛି ।

ଭାରତ-ଜର୍ମାନୀ ମଧ୍ୟରେ ସ୍ୱାକ୍ଷରିତ ହେଲା ୧୭ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତ ଆସି ପହଞ୍ଚିଛନ୍ତି ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲ । ଶୁକ୍ରବାର ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବେଳେ ଆତଙ୍କବାଦୀ ବିରୋଧ ଲଢେଇରେ ପରସ୍ପରର ସାଥ୍ ଦେବା କଥା କହିଛନ୍ତି । ଏହି ସାକ୍ଷାତ ବେଳେ ଭାରତ ଓ ଜର୍ମାନୀ ମଧ୍ୟରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚୁକ୍ତି ସ୍ୱାକ୍ଷର ହୋଇଛି ।

ପିଏମ ମୋଦି କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ଲଢେଇରେ ଭାରତ ଓ ଜର୍ମାନୀ ପରସ୍ପରର ସାଥ୍ ଦେବ । ପ୍ରେସ ବାର୍ତ୍ତାରେ ବେଳେ ସେ ଆହୁରି କହିଛନ୍ତି ଯେ ଚାନସେଲର ମର୍କଲଙ୍କୁ ଜର୍ମାନୀ ଓ ୟୁରୋପ ନୁହଁ, ବରଂ ବିଶ୍ୱର ଅଧିକ ସମୟ ଧରି ସେବା କରୁଥିବା ପ୍ରମୁଖ ନେତାଙ୍କ ମଧ୍ୟର ଗଣା ଯାଇଥାଏ । ବିଗତ ଦେଢ଼ ଦଶକରୁ ଚାନସେଲର ଭାବେ ସେ ଭାରତ ଓ ଜର୍ମାନୀ ସମ୍ପର୍କଙ୍କୁ ପ୍ରଗାଢ଼ କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଏଥିପାଇଁ ମୁଁ ତାଙ୍କ ପ୍ରତି ଗଭୀର ଆଭାର ପ୍ରକଟ କରୁଛି ।

ପ୍ରତି ୨ ବର୍ଷ ପରେ ହେବାକୁ ଥିବା ଆଇଜିସି ବୈଠକରେ ମୁଁ ଚାନସେଲର ମର୍କେଲଙ୍କ ସହ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ପାଉଛି । ଆଜି ଯେଉଁ ଚୁକ୍ତି ସ୍ୱାକ୍ଷର ହୋଇଛି, ତାହା ହେଉଛି ଏହାର ପ୍ରତୀକ । ମୋତେ ବହୁତ ଖୁସି ଲାଗୁଛି ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରତି କ୍ଷେତ୍ରରେ ବିଶେଷ କରି ନୂଆ ଓ ଆଧୁନିକ ଟେକ୍ନୋଲୋଜିକୁ ନେଇ ଆଗକୁ ବଢୁଛି । ୨୦୨୨ରେ ସ୍ୱାଧୀନ ଭାରତ ୭୫କୁ ପଦାର୍ପଣ କରିବ । ସେହି ସମୟ ଯାଏ ଭାରତକୁ ଆମେ ନ୍ୟୁ ଇଣ୍ଡିଆର ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ପିଏମ ମୋଦି କହିଛନ୍ତି ।

ଅନ୍ୟପକ୍ଷେ ଜର୍ମାନୀ ଚାନସେଲର ଏଞ୍ଜେଲା ମର୍କେଲ କହିଛନ୍ତି ଯେ ଭାରତରେ ଆସିବା ପରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଛି । ଦୁଇ ଦେଶ ବନ୍ଧୁତ୍ୱ ହେଉଛି ଅତୁଟ । ଭାରତ ଓ ଜର୍ମାନୀ ପାଣିପାଗ ପରିବର୍ତ୍ତନ ଉପରେ ବିଭିନ୍ନ ପଦକ୍ଷେପ ନେବ ।