)
ଅହମଦାବାଦ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ 'ମହା' ଯାତ୍ରା ଦେଖିବାକୁ ମିଳିଛି। ବିଗତ କିଛି ଦିନ ଧରି କଂଗ୍ରେସ ସାଂସଦମାନେ ଲଗାତାର ଭାବେ ଇସ୍ତଫା ଦେଉଥିବା ଘଟଣା କଂଗ୍ରେସ ଚିନ୍ତାବଢାଇଛି। ଫଳରେ ରାଜ୍ୟରେ କଂଗ୍ରେସ ତାର ଆତ୍ମସମ୍ମାନ ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ଫଳରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ୧୯ଜଣ ବିଧାୟକଙ୍କୁ ରାଜସ୍ଥାନର ଏକ ଅଜ୍ଞାତବାସରେ ରଖିଥିବା ନେଇ ସୂଚନା ରହିଛି।
ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟର ୧୯ ବିଧାୟକଙ୍କୁ ରାଜସ୍ଥାନର ଏକ ରିସୋର୍ଟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି। ଦଳର ତିନିଜଣ ବିଧାୟକ ଇସ୍ତଫା ଦେଇଛନ୍ତି ଏବଂ ଅନ୍ୟମାନେ ସେମାନଙ୍କୁ ଅନୁସରଣ କରିପାରନ୍ତି ବୋଲି ଆଶଙ୍କା ରହିଛି। କଂଗ୍ରେସ କହିଛି ଯେ ଦଳ ଅନ୍ୟ ୨୬ ଜଣ ବିଧାୟକଙ୍କୁ ରାଜସ୍ଥାନର ଆବୁ ମାଉଣ୍ଟରେ ଅବସ୍ଥିତ ୱାଇଲ୍ଡ ୱିଣ୍ଡକୁ ସ୍ଥାନାନ୍ତର କରିପାରେ ବୋଲି ସୂଚନା ମିଳିଛି। ରାଜସ୍ଥାନରେ ଦଳର ନେତାମାନେ ଆଶା ରଖିଛନ୍ତି ଯେ ବିଧାୟକମାନେ ସେଠାରେ ବିଜେପି ଠାରୁ ଦୁରେଇ ରହିପାରିବେ।
ଗୁଜୁରାଟରେ ବର୍ତ୍ତମାନ କଂଗ୍ରେସର 65 ଜଣ ବିଧାୟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସୌରାଷ୍ଟ୍ର ବିଧାୟକମାନଙ୍କୁ ଦଳ ରାଜକୋଟରେ ଏକ ରିସୋର୍ଟରେ ରଖିଥିବା ବେଳେ ଅନ୍ୟ ବିଧାୟକଙ୍କ ଏକ ଗୋଷ୍ଠୀ ଗୁଜୁରାଟର ଆନନ୍ଦ ନିକଟ ଏକ ରିସୋର୍ଟରେ ଅଛନ୍ତି |
୧୮୨ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିର ୧୦୩ଜଣ ସଦସ୍ୟ ଅଛନ୍ତି। ଯେଉଁଠାରେ ଜଣେ ପ୍ରାର୍ଥୀ ଜିତିବା ପାଇଁ ୩୪ ଭୋଟ୍ ଲୋଡ଼ିଥାଏ। ତେବେ ଗତ ୨ ତାରିଖରେ କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେବା ପରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍ତଫା ପତ୍ର ପ୍ରଦାନ ପର୍ବ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ସାରିଥିଲା | ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଘୋଷଣା ପରେ ଗତ ମାର୍ଚ୍ଚ ମାସରେ କଂଗ୍ରେସ ପକ୍ଷରୁ ପ୍ରଥମ ଇସ୍ତଫା ପତ୍ର ସାମ୍ନାକୁ ଆସିଥିଲା।
ତେବେ ଇସ୍ତଫା ପ୍ରଦାନ କରିଥିବା ବିଧାୟକଙ୍କ ବିରୋଧରେ କଂଗ୍ରେସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ରହିଛି। ଗୁଜୁରାଟରେ ନିର୍ବାଚନ ପାଇଁ ଚାରୋଟି ରାଜ୍ୟସଭା ଆସନ ମଧ୍ୟରୁ ବିଜେପିର ତିନୋଟି ଏବଂ କଂଗ୍ରେସ ଗୋଟିଏ। ବିଜେପି ନରହରି ଆମିନ, ଅଭୟ ଭରଦ୍ୱାଜ ଏବଂ ରାମିଲାବେନ ବାରାଙ୍କୁ ପ୍ରାର୍ଥୀ କରିଛି। ସେପଟେ କଂଗ୍ରେସ ଶକ୍ତିସିନ୍ ଗୋହିଲ ଏବଂ ଭାରତସିନ୍ ସୋଲାଙ୍କିଙ୍କୁ ପ୍ରାର୍ଥୀ କରିଛି। ତେବେ ଆଗାମୀ ସମୟ କହିବ ଯେ କିଏ ଦଳର ପ୍ରଥମ ପସନ୍ଦ ହେଉଛନ୍ତି ଓ କିଏ ବିଜୟ ଲାଭ କରୁଛି।