୨ ଅପରାଧୀଙ୍କୁ ମାରି ଗଡ଼ାଇଲା ଦିଲ୍ଲୀ ପୋଲିସ

ଦିଲ୍ଲୀରେ ଏନକାଉଣ୍ଟର

୨ ଅପରାଧୀଙ୍କୁ ମାରି ଗଡ଼ାଇଲା ଦିଲ୍ଲୀ ପୋଲିସ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ୨ ଅପରାଧୀଙ୍କୁ ଏନକାଉଣ୍ଟର । ଦିଲ୍ଲୀ ପୋଲିସ ଗୁଳିରେ ଟଳିଲେ ଅପରାଧୀ । ଫେଲ ମାରିଲା ପୋଲିସ ଉପରେ ଗୁଳିବର୍ଷା କରି ଖସିଯିବା ଉଦ୍ୟମ । ପୋଲିସ ଗୁଳିରେ ଟଳିଥିବା ଅପରାଧୀମାନେ ହେଲେ ରାଜା କୁରେଶୀ ଓ ରମେଶ ବାହାଦୁର । 

ସୂଚନା ମୁତାବକ, ଆଜି ଭୋର ୫ଟା ବେଳେ ଦିଲ୍ଲୀ ପୁଲ ପ୍ରହଲାଦପୁର ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା । ଅପରାଧୀ ଦ୍ୱୟ ଏହି ଅଞ୍ଚଳକୁ ଆସୁଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଆଉ ଏହା ପରେ ଦୀର୍ଘ ଦିନ ହେଲା ଏମାନଙ୍କୁ ଧରିବାକୁ ଉଦ୍ୟମ କରୁଥିବା ପୋଲିସ ସମଗ୍ର ଅଞ୍ଚଳରେ ଘେରି ରହିଥିଲା । ଅପରାଧୀ ଯେପରି କୌଣସି ପ୍ରକାର ଖସି ଯାଇ ପାରିବେ ନାହିଁ, ସେନେଇ ସଜାଗ ଥିଲା ଦିଲ୍ଲୀ ପୋଲିସ । ତେବେ ପୋଲିସକୁ ଦେଖି ଆଖିବୁଜା ଗୁଳିବର୍ଷା କରିଥିଲେ ଅପରାଧୀ । ଆଉ ପୋଲିସର ପାଲଟା ଗୁଳିରେ ଉଭୟଙ୍କ ମୃତ୍ୟୁ ହୋଇଛି । 

ଦୁଇ ଅପରାଧୀଙ୍କ ନାଁରେ ବହୁ ସଙ୍ଗୀନ ମାମଲା ଥିବା ଜଣାପଡ଼ିଛି । ଦୀର୍ଘଦିନ ହେଲା ଦିଲ୍ଲୀ ପୋଲିସ ଏମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିଲା । ନିକଟରେ ହୋଇଥିବା ଏକ ହତ୍ୟାକାଣ୍ଡରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲା । 

ଆହୁରି ପଢ଼ନ୍ତୁ; ମଧ୍ୟସ୍ଥତାର କଥା କହୁଥିବା UNର ମୁହଁ ବନ୍ଦ କରିଦେଲା ଭାରତ