ଜମି ବିବାଦକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୭ ଅଟକ

ଜିଲ୍ଲା ସୀମାରେ ଜମି ବିବାଦ । ଆଉ ଏହାକୁ ନେଇ ଉଗ୍ରରୂପ ଧାରଣ କରିଛି ଗୋଷ୍ଠୀ ସଙ୍ଘର୍ଷ । ଗୋଟିଏ ଗୋଷ୍ଠୀ ସରକାରୀ ଜମିର ଜବର ଦଖଲ , ଅନ୍ୟ ଗୋଷ୍ଠୀର ଜବଲ ଦଖଲ ହଟାଇବା ପାଇଁ ଉଦ୍ୟମ । ଆଉ ଏହାରି ଭିତରେ ପରସ୍ପର ପରସ୍ପରକୁ ଆକ୍ରମଣ । ଗଜପତି-ରାୟଗଡା ସୀମାନ୍ତ ଗରଡମା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । 

ଜମି ବିବାଦକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୭ ଅଟକ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଗଜପତି

ପାରଳାଖେମୁଣ୍ଡି: ଜିଲ୍ଲା ସୀମାରେ ଜମି ବିବାଦ । ଆଉ ଏହାକୁ ନେଇ ଉଗ୍ରରୂପ ଧାରଣ କରିଛି ଗୋଷ୍ଠୀ ସଙ୍ଘର୍ଷ । ଗୋଟିଏ ଗୋଷ୍ଠୀ ସରକାରୀ ଜମିର ଜବର ଦଖଲ , ଅନ୍ୟ ଗୋଷ୍ଠୀର ଜବଲ ଦଖଲ ହଟାଇବା ପାଇଁ ଉଦ୍ୟମ । ଆଉ ଏହାରି ଭିତରେ ପରସ୍ପର ପରସ୍ପରକୁ ଆକ୍ରମଣ । ଗଜପତି-ରାୟଗଡା ସୀମାନ୍ତ ଗରଡମା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । 

ସୂଚନା ମୁତାବକ, ଉଭୟ ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ଗରଡମା ଗାଁ । ଏହି ଗାଁରେ ବହୁ ବର୍ଷ ହେଲା ସାପ୍ତାହିକ ହାଟ ହେଉଥିଲା । କିଛି ବର୍ଷ ହେଲା କାଳକ୍ରମେ ହାଟ ବନ୍ଦ ହୋଇଯାଅଇଛି । ତେବେ ଏହି ଜମିରେ ରାୟଗଡା ଜିଲ୍ଲା ଅଧିନରେ ଆସୁଥିବା କିଛି ଲୋକ ଘର ଓ ଦୋକାନ କରିଥିଲେ । ଏପରିକି ଏହାକୁ ପଟ୍ଟା କରିବା ପାଇଁ ମଧ୍ୟ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଛି । 

ହେଲେ ଏହାକୁ ଦୃଢ ବିରୋଧ କରୁଥିଲେ ଗଜପତି ଜିଲ୍ଲା ଅଧିନରେ ଆସୁଥିବା ଉକ୍ତ ଗାଁର ଗ୍ରାମବାସୀ । ଜବର ଦଖଲ ହଟାଇବା ପାଇଁ କହି ଆସୁଥିଲେ । ଏପରିକି ଏହା ସରକାରୀ ଜମି ହୋଇଥିବାରୁ ହାଟ ପାଇଁ ଛାଡିବାକୁ ଚାପ ପକାଉଥିଲେ । ମଙ୍ଗଳବାର ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା । ସରକାରୀ ଜମିରେ ହୋଇଥିବା ଘର ସବୁକୁ ଭାଙ୍ଗି ଦେଇଥିଲେ ଏହି ଗୋଷ୍ଠୀ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦିନ ତମାମ ଗାଁ ଆଶାନ୍ତ ରହିଥିଲା । 

ଶେଷରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରୀ ଦେବୀ ଓ ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଳା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ଗଣ୍ଡଗୋଳ ଘଟଣାରେ ୭ ଜଣଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଛି ପୋଲିସ । ଏବେ ଗାଁ ସ୍ଥିତି ସ୍ୱାଭାବିତ ଥିବା ଜଣାପଡିଛି । 

ଆହୁରି ପଢନ୍ତୁ; ଉତକ୍ଷେପଣ ହେଲା 'କାର୍ଟୋସାଟ୍‍-୩', ଜାଣନ୍ତୁ କ'ଣ ଏହି ସାଟେଲାଇଟ୍