close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଛଠ ପୂଜାରେ ଅଘଟଣ, ମନ୍ଦିର କାନ୍ଥ ଭୁଷୁଡି ୨ ମୃତ

ବିହାରରେ ଛଠ ପୂଜା ସମୟରେ ଅଘଟଣ । ମନ୍ଦିର କାନ୍ଥ ଭୁଷୁଡି ୨ମହିଳା ଭକ୍ତ ମୃତ । ଆଉ କିଛି କାନ୍ଥ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । 

ଛଠ ପୂଜାରେ ଅଘଟଣ, ମନ୍ଦିର କାନ୍ଥ ଭୁଷୁଡି ୨ ମୃତ
ଫାଇଲ ଫଟୋ

ନୂଆଦିଲ୍ଲୀ: ବିହାରରେ ଛଠ ପୂଜା ସମୟରେ ଅଘଟଣ । ମନ୍ଦିର କାନ୍ଥ ଭୁଷୁଡି ୨ମହିଳା ଭକ୍ତ ମୃତ । ଆଉ କିଛି କାନ୍ଥ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । 

ସୂଚନା ମୁତାବକ, ବିହାର ସମସ୍ତିପୁର ଜିଲ୍ଲା ବଡଗାଁ ପୋଖରୀ କୂଳରେ ଛଠ ପୂଜା ଚାଲିଥିଲା । ଅର୍ଘ୍ୟ ଅର୍ପଣ ପାଇଁ ଲୋକେ ଏକତ୍ରିତ ହୋଇଥିଲେ । ଭକ୍ତମାନେ ନିକଟରେ ଥିବା କାଳି ମନ୍ଦିର ପାର୍ଶ୍ୱରେ ଛିଡା ହୋଇଥିଲେ । ଆଉ ଏତିକି ବେଳେ ହଠାତ ମନ୍ଦିରର କାନ୍ଥ ଭୁଷୁଡି ପଡିଥିଲା । 

ତେବେ ବର୍ତ୍ତମାନ ସୁଦ୍ଧା ୨ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଉ କିଛି ମନ୍ଦିର କାନ୍ଥ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ କେଉଁ କାରଣରୁ ଏତେବଡ ଅଘଟଣ ଘଟିଲା, ତାକୁ ନେଇ ପୋଲିସ ଛାନଭିନ କରୁଛି ।