ଗାଡି ଟାୟାର ଫାଟି ୧୪ ଶ୍ରମିକ ଗୁରୁତର; ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ
Advertisement

ଗାଡି ଟାୟାର ଫାଟି ୧୪ ଶ୍ରମିକ ଗୁରୁତର; ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ

ଗାଡି ଟାୟାର ଫାଟିଯିବାରୁ  ୧୪ ଶ୍ରମିକ ଗୁରୁତର ହୋଇଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।  

ଗାଡି ଟାୟାର ଫାଟି ୧୪ ଶ୍ରମିକ ଗୁରୁତର; ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ତାଳପଡା ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟାଟା ଏସି ଗାଡି ଯାତ୍ରା କରୁଥିବା ବେଳେ ହଠାତ୍ ଏହି ଗାଡିର ଟାୟାର ଫାଟି ଓଲଟି ପଡିବାରୁ ୨୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଅନ୍ୟପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡ଼ି ଗ୍ରାମ ନିକଟ ମିଡିୟୁବାନ୍ଦା ବୁଲାଣି ଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏ ଘଟଣାରେ ଜଣଙ୍କ ମୃତ ହୋଇଥିବା ବେଳେ ଜଣେ ଆହତ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସିକରର୍ମାହା ଗ୍ରାମର ରାଜକିଶୋର ପ୍ରଧାନ। ମୃତକଙ୍କ ପୁଅ ଲାଲୁ ପ୍ରଧାନ ସାମାନ୍ୟ ଆହତ ହୋଇଛନ୍ତି।

ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ସିକରର୍ମାହା ଗ୍ରାମର ବିଷପ ପ୍ରଧାନଙ୍କୁ ଦାରିଙ୍ଗବାଡି ମେଡିକାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେପଟେ  ଏ ଘଟଣା ବାବଦରେ ଖବର ପାଇବା ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ରାଜକିଶୋର ଦାରିଙ୍ଗବାଡିରୁ ବଜାର କରି ଅପରାହ୍ନରେ ନିଜ ପୁଅ ଲାଲୁ ଓ ବିଷପଙ୍କ ସହ ମିଶି ଗୋଟିଏ ବାଇକ ଯୋଗେ ନିଜ ଗ୍ରାମ ସିକରର୍ମାହା ଯାଉଥିବା ସମୟରେ ଦାସିଙ୍ଗବାଡ଼ି ଗ୍ରାମ ନିକଟ ମିଡିୟୁବାନ୍ଦା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ସହ ବିଷପଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଦାରିଙ୍ଗବାଡି ମେଡିକାଲରେ ଭର୍ତ୍ତି କରାଇଥିଲେ।