କୋରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲା ଗଞ୍ଜାମ, କୋଭିଡ ହସ୍ପିଟାଲ ଉଦଘାଟିତ
Advertisement
Article Detail0/zeeodisha/odisha665937

କୋରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲା ଗଞ୍ଜାମ, କୋଭିଡ ହସ୍ପିଟାଲ ଉଦଘାଟିତ

ଗଞ୍ଜାମରେ ଉଦଘାଟିତ ହୋଇଛି ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ କୋଭିଡ ହସ୍ପିଟାଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟା, ବ୍ରହ୍ମପୁର: ରାଜ୍ୟରେ ଗୋଟିଏ ପରେ ଗୋଟିଏ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏପଟେ ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ଜୋରସୋର ପ୍ରସ୍ତୁତ ହେଉଛନ୍ତି । ଆଗକୁ ସଂକ୍ରମଣ ବଢିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କୋଭିଡ ହସ୍ପିଟାଲ ଉଦଘାଟନ ହୋଇଛି । ଆଜି ସିତଳା ପଲ୍ଲିଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ୨ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ଉଦଘାଟନ କରାଯାଇଛି । 

 ଗଞ୍ଜାମରେ ଉଦଘାଟିତ ହୋଇଛି ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ କୋଭିଡ ହସ୍ପିଟାଲ । ଟାଟା ପକ୍ଷରୁ ନବ ନିର୍ମିତ ମେଡିକାଲ ସହ ସରକାର ଚୁକ୍ତି କରି କୋଭିଡ ୧୯ ଚିକିତ୍ସା ନିମନ୍ତେ ଅସ୍ଥାୟୀ ଭାବେ ସମର୍ପିତ କରାଯାଇଛି । ସେହିପରି ଜିଲ୍ଲାରେ ଗତ କାଲିଠାରୁ ମେଗା ସ୍କ୍ରୀନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଗକୁ ଯଦି କୋରୋନା ଉଗ୍ର ରୂପ ଧାରଣ କରେ, ତେବେ ଏହାର ମୁକାବିଲା ପାଇଁ ମଧ୍ୟ ସେପ୍ରକାର ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । 

ଗଞ୍ଜାମର ଏହି କୋଭିଡ ମେଡିକାଲ ପରିଚାଳନା ଲାଗି ଡାକ୍ତର ଉମା ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । କୋଭିଡ ଚିକିତ୍ସା ନିମନ୍ତେ ୧୬ ଅଭିଜ୍ଞ ଡାକ୍ତର,  ୨୭ ଜଣ ନର୍ମ ଓ ୨୭ ଜଣ ସଫେଇ କର୍ମଚାରୀ ପ୍ରଥମ ପର୍ଯ୍ୟାୟରେ ନିୟୋଜିତ ହୋଇଛନ୍ତି । ମେଡିକାଲରେ ୨ଶହଟି ଆଇସୋଲେଟେଡ ବେଡ ରହିଥିବା ବେଳେ ଶହେଟି କୋରୋନା ପଜିଟିଭ ରୋଗୀଙ୍କ ନିମନ୍ତେ ଓ ଅନ୍ୟ ଶହେଟି ସନ୍ଧିଗ୍ଧଙ୍କ ଲାଗି ବିଭାଜିତ ହୋଇଛି । ସେହିପରି ୧୫ ଭେଣ୍ଟିଲେଟରର ମଧ୍ୟ ସୁବିଧା କରାଯାଇଛି । 

ଅନ୍ୟପଟେ ଆସନ୍ତା ୧୨ତାରିଖରୁ ବ୍ରହ୍ମପୁର ଏମକେସିଜିରେ କୋରୋନା ସ୍ୱାବ ପରୀକ୍ଷା ମଧ୍ୟ ହେବ ବୋଲି ଜଣାପଡ଼ିଛି । 

;