୨୨ ତାରିଖ ମୋ ପାଇଁ ବଡ଼ ଦିନ: ଆଶା ଦେବୀ
Advertisement

୨୨ ତାରିଖ ମୋ ପାଇଁ ବଡ଼ ଦିନ: ଆଶା ଦେବୀ

ଏହି  ଖଣ୍ଡପୀଠରେ ଜଷ୍ଟିସ ଏନ ବି ରମଣା, ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ଆର ଏଫ୍ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣ ରହିଛନ୍ତି । ଏହି ଘଟଣାର ୪ଜଣ ଅଭିଯୁକ୍ତକୁ ଜାନୁଆରି ୨୨ ତାରିଖରେ ଫାଶି ଦିଆଯିବ। ସେପଟେ ଏହି ଘଟଣାରେ ନିର୍ଭୟାଙ୍କ ମା ଏହି ରାୟକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଜାନୁଆରି ୨୨ ତାରିଖ ମୋ ପାଇଁ ସବୁଠୁ ବଡ଼ ଦିନ । ଯେବେ ସେ ଦୋଷୀଙ୍କୁ ଫାଶି ଦିଆଯିବ ସେଦିନ ମୁଁ ଅଧିକ ଖୁସି ହେବି ବୋଲି ସେ କହିଛନ୍ତି । 

୨୨ ତାରିଖ ମୋ ପାଇଁ ବଡ଼ ଦିନ: ଆଶା ଦେବୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ଫାଶି ଦେବା ପଦକ୍ଷେପ ଆଉପାଦେ ଆଗକୁ ବଢିଛି । ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂହଙ୍କ କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଖାରିଜ ହୋଇଛି । ଜଷ୍ଟିସ ଏନ ବି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏହି  ଖଣ୍ଡପୀଠରେ ଜଷ୍ଟିସ ଏନ ବି ରମଣା, ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ଆର ଏଫ୍ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣ ରହିଛନ୍ତି । ଏହି ଘଟଣାର ୪ଜଣ ଅଭିଯୁକ୍ତକୁ ଜାନୁଆରି ୨୨ ତାରିଖରେ ଫାଶି ଦିଆଯିବ। ସେପଟେ ଏହି ଘଟଣାରେ ନିର୍ଭୟାଙ୍କ ମା ଏହି ରାୟକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଜାନୁଆରି ୨୨ ତାରିଖ ମୋ ପାଇଁ ସବୁଠୁ ବଡ଼ ଦିନ । ଯେବେ ସେ ଦୋଷୀଙ୍କୁ ଫାଶି ଦିଆଯିବ ସେଦିନ ମୁଁ ଅଧିକ ଖୁସି ହେବି ବୋଲି ସେ କହିଛନ୍ତି । 

ସୂଚନାଯୋଗ୍ୟ ଯେ, ଦୀର୍ଘ ସାତ ବର୍ଷ ପୂ୍ର୍ବେ ଅର୍ଥାତ ଡିସେମ୍ୱର ୧୬ ତାରିଖ ୨୦୧୨ ମସିହାରେ ଜଣେ ନାବାଳକ ସହ ୬ ଜଣ ୨୩ ବର୍ଷୀୟା ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଦୋଷୀ ମାନେ ନିର୍ଭୟାଙ୍କୁ ଦୁଷ୍କର୍ମ କରିବା ପରେ ଚଳନ୍ତା ବସରୁ ତଳକୁ ଫୋଫାଡି ଦେଇଥିଲେ । ଏହି ଘଟଣା ଘଟିବା ପରେ ସମଗ୍ର ଦେଶରେ ଜୋରଦାର ବିରୋଧ ପ୍ରଦର୍ଶନ ହେବା ପରେ ନାରୀ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା 
ଏହି ଘଟଣାରେ ଚାରିଜଣ ଦୋଷୀ ବିନୟ ଶର୍ମା, ମୁକେଶ ସିଂହ, ପବନ ଗୁପ୍ତା ଓ ଅକ୍ଷୟ କୁମାର ସିଂହକୁ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇଛି । ଏହି ଘଟଣାର ଅନ୍ୟ ଏକ ଦୋଷୀ ରାମ ସିଂହ ୨୦୧୫ରେ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ପରେ ଅନ୍ୟଏକ ନାବାଳକ ଦୋଷୀ ବାଳ ସୁଧାର ଗୃହକୁ ପଠାଯାଇଥିଲା । ପରେ ତିନି ବର୍ଷ ପରେ ଅର୍ଥାତ ୨୦୧୫ରେ ଜେଲରୁ ବାହାରିଥିଲେ ।

ଜଣେ ଦୋଷୀ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିବା କ୍ଷମା ପାର୍ଥନା ଓ ସୁପ୍ରିମକୋର୍ଟରେ ପୁନଃବିଚାର ଆବେଦନ ଖାରଜ ହେବା ପରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଏ ।  ତେଣୁ ଦୋଷୀ ଶେଷରେ ଏହି କ୍ୟୁରେଟିଭ ପିଟିସନ ଦ୍ୱାରା ଫାଶିଦଣ୍ଡରୁ ରକ୍ଷା ପାଇବା ପାଇଁ ଆବେଦନ କରାଯାଏ । ମୃତ୍ୟୁଦଣ୍ଡରୁ ବଞ୍ଚିବା ପାଇଁ ଜଣେ ଦୋଷୀ ଏହାକୁ ଶେଷ ପ୍ରୟାସ ଭାବରେ ଚେଷ୍ଟା କରିଥାଏ ।