• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ପାଳୁଛି ପରାକ୍ରମ ଦିବସ
  • ପରାକ୍ରମ ଦିବସ ଅବସରରେ କୋଲକାତାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା: ପ୍ରଧାନମନ୍ତ୍ରୀ
  • ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ CM ମମତା ବାନାର୍ଜୀ
  • କୋଏମ୍ୱାଟୁରରେ ରାହୁଲ ଗାନ୍ଧି ରୋଡ ଶୋ
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
  • କଟକ ଖାନନଗରରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କା ବ୍ୟୟରେ ହେବ ବସ୍ ଟର୍ମିନାଲ

୨୨ଟି ଗାଁର ଶିକ୍ଷିତ ଯୁବକ ଗଢିଥିଲେ 'ହେଲୋ ଗ୍ୟାଙ୍ଗ', ଏପରି କରୁଥିଲେ ଠକାମୀ

ଉତ୍ତର ପ୍ରଦେଶର ଆଗ୍ରାରୁ ଏପରି ଏକ ଗ୍ୟାଙ୍ଗର ଖୁଲାସା ହୋଇଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ଏହି ଗ୍ୟାଙ୍ଗ ମହାରାଷ୍ଟ୍ର ଓ ଗୁଜୁରାଟର ଲୋକଙ୍କୁ ଚାକିରୀ ଦେବା ନାଁରେ ଠକିଛନ୍ତି । ଏହି ଗ୍ୟାଙ୍ଗର ନାଁ ହେଉଛି ହେଲୋ ଗ୍ୟାଙ୍ଗ ।  

୨୨ଟି ଗାଁର ଶିକ୍ଷିତ ଯୁବକ ଗଢିଥିଲେ 'ହେଲୋ ଗ୍ୟାଙ୍ଗ', ଏପରି କରୁଥିଲେ ଠକାମୀ
ପ୍ରତୀକାତ୍ମକ ଫଟୋ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରୁ ଏପରି ଏକ ଗ୍ୟାଙ୍ଗର ଖୁଲାସା ହୋଇଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ଏହି ଗ୍ୟାଙ୍ଗ ମହାରାଷ୍ଟ୍ର ଓ ଗୁଜୁରାଟର ଲୋକଙ୍କୁ ଚାକିରୀ ଦେବା ନାଁରେ ଠକିଛନ୍ତି । ଏହି ଗ୍ୟାଙ୍ଗର ନାଁ ହେଉଛି ହେଲୋ ଗ୍ୟାଙ୍ଗ ।  

ଏହି ଗ୍ୟାଙ୍ଗରେ ୨୨ ଗାଁର ବହୁ ଶିକ୍ଷିତ ଯୁବକ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରେ କିଏ ସିଭିଲ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ବେଳେ କିଏ ବିଟେକ କରି ସାରିଛନ୍ତି । ଏପରିକି ରେଲୱେ ପୋଲିସ ଫୋର୍ସ(ଆରପିଫ)ରେ ମଧ୍ୟ ଜଣେ ଅଭିଯୁକ୍ତଙ୍କୁ ଚାକିରୀ ମିଳିଛି, ଆଉ କିଛି ଦିନ ପରେ ତାଙ୍କୁ ଚାକିରୀରେ ଯୋଗ ଦେବାର ଥିଲା । 

ଏହି ଗ୍ୟାଙ୍ଗରେ ଦ୍ୱାଦଶ ପାସରୁ ଗ୍ରେଜୁଏଟ ଯାଏ ଯୁବକ ସାମିଲ ରହିଛି । ଆଗ୍ରା ପୋଲିସ ଏହି ହେଲୋ ଗ୍ୟାଙ୍ଗର ଖୁଲାସା କରିଛି । ଏହି ଖୁଲାସାରେ ସାଇବର ସେଲ ଟିମ ମଧ୍ୟ ସହାୟତା କରିଛି । ଏହାପୂର୍ବରୁ ଆଇଜି ରେଞ୍ଜ ଆଗ୍ରାର ସାଇବର ସେଲ ଚମ୍ବଲର ବିହଡର ୨ ଗ୍ୟାଙ୍ଗର ଖୁଲାସା କରିଥିଲା । ବର୍ତ୍ତମାନ ମଧ୍ୟ ୨ଟି ଗ୍ୟାଙ୍ଗ ଏହି ଆଇଟି ସେଲର ରାଡାରରେ ରହିଛି । ହେଲୋ ଗ୍ୟାଙ୍ଗର ପ୍ରାୟ ୧୨ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଛି । ବିହଡ଼ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଗ୍ୟାଙ୍ଗ ଚମ୍ବଲରୁ ବସି ଏହି କାମ କରୁଥିଲା ।  

ପୋଲିସ ଅନୁସାରେ, ଏହି ଗ୍ୟାଙ୍ଗ ପାଖରୁ ୨୮ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଛି ।  ଯେଉଁଥିରୁ ୮ଟି ମୋବଇଲ ଫୋନ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ରହିଛି । ମୋବାଇଲ ଫୋନରେ ଏକ ଆପ ରହିଛି ।  ସେହି ଆପ ମାଧ୍ୟମରେ ଗ୍ୟାଙ୍ଗର ସଦସ୍ୟମାନେ ଝିଅଙ୍କ ସ୍ୱରରେ କଥା ହୋଇ ଲୋକଙ୍କୁ ଫସାଉଥିଲେ ।  ଯେତେବେଳେ ଶିକାର ଫସି ଯାଉଥିଲା, ତା ପରେ ବିଭିନ୍ନ ପ୍ରକ୍ରିୟା ଟଙ୍କା ଜମା କରାଇବାକୁ କହୁଥିଲେ । ଏଥିପାଇଁ ଗ୍ୟାଙ୍ଗର ସଦସ୍ୟମାନେ ୧୪ ଟଙ୍କାର ମାସିକ ଭଡାରେ ବ୍ୟାଙ୍କ ଏକାଉଣ୍ଟ ମଧ୍ୟ ନେଇ ରଖିଥିଲେ ।