ଆକ୍ରାନ୍ତଙ୍କ ସଂଖ୍ୟା ୩୭୩୩୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୧୮ ହେଲାଣି ।
Trending Photos
)
ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୨୨୯୩ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୭୧ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩୩୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨୧୮ ହେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ୯୯୫୦ ଜଣ ସୁସ୍ଥ ହେଲେଣି । ଯେଉଁ ଖବର ଆମ ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ଏବେ ୨୬୧୬୭ ଜଣ ଚିକିତ୍ସିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
2293 new cases, 71 deaths in the last 24 hours; this is the highest number of cases reported in one day: Ministry of Health and Family Welfare https://t.co/kd8KWQJgY2
— ANI (@ANI) May 2, 2020
ଅନ୍ୟପଟେ ରାଜ୍ୟ କଥା ଯଦି ଦେଖିବା, ତେବେ ଓଡ଼ିଶାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ହେଲାଣି । ରାଜ୍ୟରେ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ କାଟିବାକୁ ବସିଛି ଯାଜପୁର । ଜିଲ୍ଲାରୁ ଆଜି ପୁଣି ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୮, ୫୬ ଓ ୬୩ ହୋଇଥିବା ବେଳେ ମହିଳା ଆକ୍ରାନ୍ତଙ୍କ ବୟସ ୨୪ ଓ ୬୦ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନେ ସମସ୍ତ କଲିକତା ଫେରନ୍ତା । ନିକଟ ଅତୀତରେ ଏମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ ଟ୍ରେସିଂ କରାଯାଉଛି ।
ତେବେ ଖୋର୍ଦ୍ଧା ଓ ଯାଜପୁର ସମେତ ୧୦ ଜିଲ୍ଲାକୁ ରାଜ୍ୟ ସରକାର ରେଡ ଜୋନ ତାଲିକାରେ ରଖିଛନ୍ତି । ସେହିପରି ୫ ଜିଲ୍ଲାକୁ ଅରେଞ୍ଜ ଜୋନରେ ରଖାଯାଇଛି । ଅନ୍ୟ ୧୫ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଥିବା ବେଳେ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଏବେ ୯୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୦୮ ପୁରୁଷ ଓ ୪୬ ମହିଳା ଅଛନ୍ତି । ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ୭୭ ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।