ବାଂଲାଦେଶରେ 'ବୁଲବୁଲ'ର ତାଣ୍ଡବ, ୨୬ ମୃତ

ସ୍ଥାନୀୟ ଖବର କାଗଜ ଡେଲି ଷ୍ଟାର ଅନୁସାରେ ବୁଲବୁଲ ଯୋଗୁଁ ୨୬ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଅଧିକାଂଶ ମୃତ୍ୟୁ ସାମୁଦ୍ରିକ ଝଡ଼ ବୁଲବୁଲ ଯୋଗୁଁ ଗଛ ଭାଙ୍ଗିବାରୁ ହୋଇଛି । କିଛି ମୃତ୍ୟୁ ପାଣିରେ ବୁଡିବା ଓ ଘର ଭାଙ୍ଗିବା ଯୋଗୁଁ ହୋଇଛି ।  

ବାଂଲାଦେଶରେ 'ବୁଲବୁଲ'ର ତାଣ୍ଡବ, ୨୬ ମୃତ

ଢାକା: ବାଂଲାଦେଶରେ ତାଣ୍ଡବ ରଚିଛି  'ବୁଲବୁଲ' । ଏହି ବାତ୍ୟା ଯୋଗୁଁ ବର୍ତ୍ତମାନ ଯାଏ ୨୬ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଖବର କାଗଜ ଡେଲି ଷ୍ଟାର ଅନୁସାରେ ବୁଲବୁଲ ଯୋଗୁଁ ୨୬ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଅଧିକାଂଶ ମୃତ୍ୟୁ ସାମୁଦ୍ରିକ ଝଡ଼ ବୁଲବୁଲ ଯୋଗୁଁ ଗଛ ଭାଙ୍ଗିବାରୁ ହୋଇଛି । କିଛି ମୃତ୍ୟୁ ପାଣିରେ ବୁଡିବା ଓ ଘର ଭାଙ୍ଗିବା ଯୋଗୁଁ ହୋଇଛି ।

ଏହାସହ ପ୍ରାୟ ୫୧ ମତ୍ସ୍ୟଜୀବୀ ନିଖୋଜ ରହିଥିବାର ଖବର ରହିଛି । ଏହି ମତ୍ସ୍ୟଜୀବୀ ବାତ୍ୟା ଆସିବା ପୂର୍ବରୁ ମିଳିଥିବା ଚେତାବନୀକୁ ବେଖାତିର କରି ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ । ବାଂଲାଦେଶର ବିପର୍ଯ୍ୟୟ ପ୍ରବନ୍ଧନ ଏବଂ ଉଦ୍ଧାରକାରୀ ମନ୍ତ୍ରୀ ଏନାମୁର ରହମାନ କହିଛନ୍ତି ଯେ ଅଧିକାରୀମାନେ ୨୧ ଲକ୍ଷ ୬୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇଛନ୍ତି । ବିସ୍ଥାପିତଙ୍କ ପାଇଁ ବିଶେଷ ଧ୍ୟାନ ରଖି ଆଶ୍ରୟ ଗୃହର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷେ ପଶ୍ଚିମବଙ୍ଗରେ ମଧ୍ୟ ବୁଲବୁଲ ଯୋଗୁଁ ବହୁ କ୍ଷତି ହୋଇଛି । ବୁଲବୁଲ ପ୍ରଭାବରେ ବର୍ତ୍ତମାନ ଯାଏ ୧୪ ଜଣଙ୍କ ମୃତ୍ୟୁ ହେବାର ସୂଚନା ରହିଛି । ସୋମବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳର ପରିବଦର୍ଶନ କରିଛନ୍ତି । ଏହାପରେ ସେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କାର ଆର୍ଥିକ କ୍ଷତି ପୂରଣ ଘୋଷଣା କରିଛନ୍ତି ।