)
ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ସଂଖ୍ୟା ଏବେ ୪୦ ହଜାର ଛୁଇଁବାକୁ ବସିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ, ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୯୮୦ । ସେଥିମଧ୍ୟରୁ ୨୮୪୬ ସକ୍ରିୟ ରୋଗୀ ଅଛନ୍ତି । ୧୦୬୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଅନ୍ୟପଟେ ୧୩୦୧ ଜଣଙ୍କ ମୃତ୍ୟୁ ହେଲାଣି ।
2644 new COVID19 positive cases, 83 deaths in the last 24 hours: Ministry of Health and Family Welfare https://t.co/CLH0EA5QEV
— ANI (@ANI) May 3, 2020
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬୪୪ ମାମଲା ସାମ୍ନାକୁ ଆସିଛି । ସେହିପରି ୮୩ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏଠାରେ ଆପଣଙ୍କୁ କହିରଖୁଛୁ, ଦିନକରେ ଉଭୟ ନୂଆ ମାମଲା ଓ ମୃତ୍ୟୁ ସଂଖ୍ୟାରେ ଏହା ଦେଶ ପାଇଁ ସର୍ବାଧିକ ଅଟେ । ଅର୍ଥାତ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ରଚିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ତେବେ ଦେଶରେ ଲଗାତାର କୋରୋନାର ପ୍ରଭାବ ବଢ଼ୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପାଇଁ ଚିନ୍ତା ବଢ଼ୁଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି ।