close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପୂର୍ବତନ ସାଂସଦଙ୍କୁ ଘଉଡାଇବ ପୋଲିସ !

ପୂର୍ବତନ ସାଂସଦଙ୍କ ସରକାରୀ କ୍ୱାର୍ଟର ମୋହ। ପଦ ପୂର୍ବରୁ Ex କେବେଠୁ ଲାଗିଲାଣି। ହେଲେ ସରକାରୀ ଘର ଛାଡିପାରୁନାହାନ୍ତି ନେତାଏ। ଶେଷରେ ବାଧ୍ୟ ହୋଇ ପୋଲିସର ସହାୟତା ନେବାକୁ ବସିଛି ଲୋକସଭା ହାଉସିଂ କମିଟି। ୨୭ ଜଣ ପୂର୍ବତନ ସାଂସଦଙ୍କୁ ସରକାରୀ ବଙ୍ଗଲା ଖାଲି କରିବା ପାଇଁ କମିଟିର ଅଧ୍ୟକ୍ଷ ଚିଠି ଲେଖିବେ ବୋଲି ଜଣାପଡିଛି।

ପୂର୍ବତନ ସାଂସଦଙ୍କୁ ଘଉଡାଇବ ପୋଲିସ !
ପୂର୍ବତନ ସାଂସଦଙ୍କୁ ଘଉଡାଇବ ପୋଲିସ !

ନୂଆଦିଲ୍ଲୀ: ପୂର୍ବତନ ସାଂସଦଙ୍କ ସରକାରୀ କ୍ୱାର୍ଟର ମୋହ। ପଦ ପୂର୍ବରୁ Ex କେବେଠୁ ଲାଗିଲାଣି। ହେଲେ ସରକାରୀ ଘର ଛାଡିପାରୁନାହାନ୍ତି ନେତାଏ। ଶେଷରେ ବାଧ୍ୟ ହୋଇ ପୋଲିସର ସହାୟତା ନେବାକୁ ବସିଛି ଲୋକସଭା ହାଉସିଂ କମିଟି। ୨୭ ଜଣ ପୂର୍ବତନ ସାଂସଦଙ୍କୁ ସରକାରୀ ବଙ୍ଗଲା ଖାଲି କରିବା ପାଇଁ କମିଟିର ଅଧ୍ୟକ୍ଷ ଚିଠି ଲେଖିବେ ବୋଲି ଜଣାପଡିଛି।

ପ୍ରଥମେ ନୋଟିସ। ପରେ ଚେତାବନୀ। ତଥାପି ବି ବଙ୍ଗଲା ଛାଡୁନାହାଁନ୍ତି କିଛି ପୂର୍ବତନ ସାଂସଦ। ସରକାରୀ କ୍ୱାର୍ଟରରେ ରହିବା ମୋହ ସତେ ଯେମିତି ତାଙ୍କୁ ଘାରିଛି। ପଦସିନା ଯାଇଛି, ହେଲେ ପଦ ଯୋଗୁଁ ମିଳୁଥିବା ସୁବିଧାସୁଯୋଗ ଛାଡିବାକୁ ନାରାଜ ପୂର୍ବତନ ସାଂସଦ। ଯାହାଙ୍କ ପାଇଁ ନବ ନିର୍ବାଚିତ ସାଂସଦଙ୍କୁ ବଙ୍ଗଲା ମିଳିପାରୁନାହିଁ। ସାଧାରଣ ନିର୍ବାଚନ ସରିବାର ବେଶ କିଛି ମାସ ହୋଇସାରିଲାଣି। ହେଲେ ଏବେ ବି ସରକାରୀ ଘର ମାଡିଛନ୍ତି ପୂର୍ବତନ ସାଂସଦ। ସ୍ଥିତି ଏପରି ହୋଇଛି ଯେ ତାଙ୍କୁ ବାହାର କରିବା ପାଇଁ ପୋଲିସର ସହାୟତା ନିଆଯିବ ବୋଲି ଜଣାପଡିଛି। 

ସୂତ୍ର ଅନୂଯାୟୀ, ୨୭ ଜଣ ପୂର୍ବତନ ସାଂସଦଙ୍କ ବଙ୍ଗଲା ଖାଲି କରିବା ପାଇଁ ପୋଲିସକୁ ଚିଠି ଲେଖିବେ ଲୋକସଭା ହାଉସିଂ କମିଟି ଅଧ୍ୟକ୍ଷ। ଘର ଖାଲି କରିବା ପାଇଁ ପୋଲିସର ସହାୟତା ନିଆଯିବ। କାହିଁକିନା ନବ ନିର୍ବାଚିତ ସାଂସଦଙ୍କୁ ତୁରନ୍ତ ଘର ଦେବାକୁ ହେଲା ପୂର୍ବତନ ସାଂସଦମାନେ ସରକାରୀ ଘର ଖୁବଶୀଘ୍ର ଛାଡିବାର ଆବଶ୍ୟକତା ରହିଛି। ମାତ୍ର ନୋଟିସ ପରେ ବି ସରକାରୀ ଘର ମାଡିଛନ୍ତି ଏହି ପୂର୍ବତନ ସାଂସଦମାନେ। ଯେଉଁଥିପାଇଁ ଏଭଳି କୋଠର ନିଷ୍ପତ୍ତି ନେବାକୁ ବସିଛି ହାଉସିଂ କମିଟି।