ବିଗତ ୩ ଦିନ ଧରି ଗୁଜୁରାଟର କଚ୍ଛ ଅଞ୍ଚଳରେ ଜାରି ରହିଛି ଭୂକମ୍ପ ଝଟକା |
Trending Photos
)
ଗାନ୍ଧୀନଗର: ପୁଣି ଥରେ ଭୂକମ୍ପ ଝଟକାରେ ଥରି ଉଠିଛି ଗୁଜୁରାଟର କଚ୍ଛ ଅଞ୍ଚଳ | ଜୁନ ୧୬ ତାରିଖ ମଙ୍ଗଳବାର ସକାଳ ୧୦ଟା ୪୯ମିନିଟ ସମୟରେ ଏକ ହଲକା ଧରଣର ଭୂମିକମ୍ପ ଅନୁଭୂତଚ ହୋଇଛି | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଛି | ବିଗତ ୩ ଦିନ ଧରି ଏଠାରେ ଲଗାତାର ତୃତୀୟ ଥର ପାଇଁ ହୋଇଥିବା ଭୂମିକମ୍ପ ଝଟକାରେ ରାଜ୍ୟର ଏହି ଅଞ୍ଚଳ ଥରିଉଠିଛି |
କଚ୍ଛ ଠାରୁ ୧୧ କିମି ଦୂରରେ ଥିବା ଭାଚାଉ ନାମକ ସହରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି | ଜାମ୍ମୁ କାଶ୍ମୀରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି | ମଙ୍ଗଳବାର ସକାଳ ୭ଟା ସମୟରେ ୫.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା | ଗତ ୩ ଦିନ ମଧ୍ୟରେ ଏହି କେନ୍ଦ୍ରଶାସିତ ଅଞ୍ଚଳ ତୃତୀୟ ଥର ପାଇଁ ଥରିଉଠିଛି |
କାଶ୍ମୀର ଘାଟିରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ କେନ୍ଦ୍ର ଏସୀୟ ଦେଶ ତାଜାକିସ୍ଥାନରେ ୧୦୦ କିମି ଗଭୀରତାରେ ରହିଛି | ରାଜଧାନୀ ଶ୍ରୀନଗର ସମେତ କିସ୍ତୱାର, ଡୋଡା ଜିଲ୍ଲା ସହିତ ଏହାର ପ୍ରକୋପ ଅନୁଭୂତ ହୋଇଥିଲା | ସେହିପରି ଜମ୍ମୁରେ ମଧ୍ୟ ହଲକା ଧରଣର ଭୂକମ୍ପ ହୋଇଛି | ବିଗତ କିଛି ଦିନ ଗୁଜୁରାଟର କଚ୍ଛ ଏବଂ ରାଜକୋଟ ଭଳି ଅଞ୍ଚଳରେ ଭୂମିକମ୍ପର ମାତ୍ରା ଜାରି ରହିଛି |