• IPL-୨୦୨୧: ଦ୍ବିତୀୟ ମ୍ୟାଚ୍‌ରେ ଚେନ୍ନାଇକୁ ୭ ୱିକେଟରେ ହରାଇଲା ଦିଲ୍ଲୀ
  • କୋଭିଡ ମୁକାବିଲା ପାଇଁ ୩ IASଙ୍କୁ ଅବଜର୍ଭର ଦାୟିତ୍ବ
  • ଗଣଶିକ୍ଷା ସଚିବ IAS ସତ୍ୟବ୍ରତ ସାହୁଙ୍କୁ ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା ଦାୟିତ୍ବ
  • ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦାୟିତ୍ବ
  • ଶ୍ରମ ବିଭାଗ ସଚିବ ଚିତ୍ରା ଅରୁମୁଗାମଙ୍କୁ ସମ୍ବଲପୁର ଓ ସୋନପୁର ଦାୟିତ୍ବ
  • ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୭୮ କୋରୋନା ପିଜିଟିଭ ଚିହ୍ନଟ
  • କଟକ SCB ନର୍ସିଂ ହଷ୍ଟେଲ କରିବା ନିର୍ଦ୍ଦେଶ ସାମୟିକ ସ୍ଥଗିତ
  • SCB ମେଡିକାଲର ସର୍ଜରୀ ବିଭାଗରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର
  • ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିଲା ହାଇଦର
  • ସୁଲେମାନ ହତ୍ୟାକାଣ୍ଡରେ ସଜା କାଟୁଥିଲା ହାଇଦର

ମୋହନା ମୋବାଇଲ ଦୋକାନକୁ ଚୋରି ଘଟଣା, ୩ ଗିରଫ

 ଚୋରି କାମରେ ବ୍ୟବହୃତ ଲୁହା ଓ ଭଙ୍ଗା ତାଲାକୁ ମଧ୍ୟ ଜବତ କରାଯାଇଛି ।

ମୋହନା ମୋବାଇଲ ଦୋକାନକୁ ଚୋରି ଘଟଣା, ୩ ଗିରଫ
ଫଟୋ ସୌଜନ୍ୟ: ଜୀ ମିଡିଆ

ଗଜପତି: ମୋହନା ପୋଲିସକୁ ସଫଳତା । ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ଇଲୋକ୍ଟ୍ରୋନିକ ସାମଗ୍ରୀକୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଏହାସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ତିନି ଚୋରଙ୍କୁ ଅତିକମ୍ ସମୟ ମଧ୍ୟରେ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମୋହନା ଥାନା ଚାନ୍ଦପୁଟ ଗ୍ରାମର ଅନିଲ ମହାପାତ୍ର, ସୁଦର୍ଶନ ମହାଙ୍କୁଡ ଓ ଗୋଳନ୍ଥରା ଥାନା ସୋନପୁର ଗ୍ରାମର ରାଜା ବେହେରା । ସେହିପରି ଚୋରି କାମରେ ବ୍ୟବହୃତ ଲୁହା ଓ ଭଙ୍ଗା ତାଲାକୁ ମଧ୍ୟ ଜବତ କରାଯାଇଛି ।

ଗତ ୩୦ ତାରିଖ ରାତିରେ ଲକଡାଉନର ସୁଯୋଗ ନେଇ ଚାନ୍ଦିପୁଟ ଗ୍ରାମରେ ଗୋଟିଏ ମୋବାଇଲ ଦୋକାନର କବାଟ ତାଡ଼ି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା । ଏହାସହ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ କମ୍ପ୍ୟୁଟର ସେଟ ମଧ୍ୟ ଚୋରି କରିନେଇଥିଲେ ଦୁର୍ବୁତ୍ତ । ଏନେଇ ଦୋକାନୀ ଗଣେଷ ଗୌଡ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ ନିଜ ଟିମ୍ ନେଇ ଚାନ୍ଦିପୁଟ ଗ୍ରାମରେ ଛାନଭିନ କରିଥିଲେ । ଶେଷରେ ମାଁ ବୁଢିଠାକୁରାଣି ମନ୍ଦିରରେ ଲଗାଯାଇଥିବା ସିସି ଟିଭି ଫୁଟେଜର ଆଧାରରେ ତଦନ୍ତ କରି ଚୋର ଧରିବାରେ ସଫଳ ହାସଲ ହୋଇଥିଲା ପୋଲିସ ।

ଯାହା ଜଣାପଡ଼ିଛି, ଅଭିଯୁକ୍ତମାନେ ଯୋଜନା ବଦ୍ଧ ଭାବେ ଦୁଇଟି ସ୍ଥାନରେ ଚୋରୀ କରିବା ସହ ସୂଆର କଲୋନୀ ନିକଟସ୍ଥ ଏୟାର ଟେଲ ଟାୱାରେ ଥିବା ଏକ ଘରେ ଚୋରୀ ସାମଗ୍ରୀକୁ ଲୁଚେଇ ରଖିଥିଲେ । ତେବେ ପୋଲିସ ଆଗରେ ସବୁ ସତ ମାନିଛନ୍ତି ଅଭିଯୁକ୍ତ । ଦୀର୍ଘ ଦିନ ଧରି ଚାନ୍ଦିପୁଟ ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବାରୁ ଲୋକେ ଭୟଭୀତ ଥିଲେ । ତେବେ ରବିବାର ତିନି ଜଣଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି ।